‘ଦବଙ୍ଗ-୩’ରେ ଖଳନାୟକ ଭୂମିକାରେ ନଜର ଆସିବେ କିଚ୍ଚା ସୁଦୀପ

ବମ୍ବେ: ସୁପରଷ୍ଟାର ସଲମାନ ଖାନ୍‌ ଅଭିନିତ ଫିଲ୍ମ ‘ଦବଙ୍ଗ’ର ସଫଳତା ପରେ ଏହାର ଦ୍ୱିତୀୟ ଭାଗ ‘ଦବଙ୍ଗ-୨’ ପରଦାକୁ ଆସିଥିଲା। ଏହା ମଧ୍ୟ ବକ୍ସ ଅଫିସରରେ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଏବେ ଏହାର ତୃତୀୟ ସଂସ୍କରଣ ‘ଦବଙ୍ଗ-୩’ ର ଶୁଟିଂ ଚାଲୁ ରହିଛି। ପୂର୍ବପରି ସୋନାକ୍ଷୀ ସିହ୍ନା ନାୟିକା ଭାବେ ଏଥିରେ ନଜର ଆସିବାକୁ ଥିବା ବେଳେ ଖଳନାୟକ ଭୂମିକାରେ କିଚ୍ଚା ସୁଦୀପ ଅଭିନୟ କରିବେ ବୋଲି ଜଣାପଡ଼ିଛି।
ଦବଙ୍ଗର ଉଭୟ ଭାଗରେ ସଲମାନଙ୍କ ଜବରଦସ୍ତ ଆକ୍ସନ ଦେଖିବାକୁ ମିଳିଥିଲା। ଏଣୁ ‘ଦବଙ୍ଗ-୩’ରେ ମଧ୍ୟ ଦର୍ଶକେ ସେହିଭଳି କିଛି ଆକ୍ସନ ତଡ୍‌କା ଦେଖିବାକୁ ପାଇବେ। ସୁଦୀପଙ୍କ ସହ ସଲମାନଙ୍କ ଶର୍ଟଲେସ୍‌ ଆକ୍ସନର କିଛି ଦୃଶ୍ୟ ପ୍ରସ୍ତୁତ କରାଯିବା ଲାଗି ନିର୍ମାତାମାନେ ଯୋଜନା କରୁଛନ୍ତି।
‘ଦବଙ୍ଗ-୩’ରେ ମଲାଇକା ଅରୋରାଙ୍କ ଆଇଟମ୍‌ ନଂ ‘ମୁନ୍ନି ବଦନାମ ହୁଇ’କୁ ରିକ୍ରିଏଟ କରାଯିବ। ଗୀତରେ ଅନେକ କିଛି ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି।

Share