ଦବଙ୍ଗ-୩ରେ ବିନା ଶାର୍ଟରେ ନଜର ଆସିବେ ସଲମାନ

ବଲିଉଡ୍‌ ସୁପରଷ୍ଟାର୍‌ ସଲମାନ ଖାନ୍‌ ପରଦାରେ ପୁଣି ବିନା ଶାର୍ଟରେ ନଜର ଆସିବେ। ନିଜ ଆଗାମୀ ସିନେମା ‘ଦବଙ୍ଗ-୩’ର କିଛି ସିନ୍‌ରେ ସେ ଶାର୍ଟ ଲେସ୍‌ ଅନ୍ଦାଜରେ ନଜର ଆସିବେ। ଏଥିପାଇଁ ସେ ଜିମ୍‌ରେ ପ୍ରବଳ ଝାଳ ବୁହାଉଛନ୍ତି। ଚଳିତ ବର୍ଷ ଡିସେମ୍ବର ୨୦ ତାରିଖରେ ରିଲିଜ ହେବ ‘ଡବଙ୍ଗ-୩’। ହିନ୍ଦୀ ସମେତ ତେଲୁଗୁ, ତାମିଲ ଓ କନ୍ନଡ ଭଳି ଆଉ ୩ଟି ଭାଷାରେ ରିଲିଜ ହେବ ଏହି ଫିଲ୍ମ। ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ପ୍ରଭୁଦେବା ସଲମାନ ଏଥିରେ ମୁଖ୍ୟ ଚରିତ୍ରରେ ଥିଲାବେଳେ ତାଙ୍କ ଭାଇ ଅରବାଜ ଖାନଙ୍କୁ ବି ଏଥିରେ ଦେଖିବାକୁ ମିଳିବ। ସେ ଏଥିରେ ଅଭିନୟ କରିବା ସହିତ ସଲମାନଙ୍କ ସହ-ପ୍ରଯୋଜକ ଦାୟିତ୍ୱ ତୁଲାଇବେ। ଦବଙ୍ଗର ୩ରେ ନାୟିକା ଭାବେ ସୋନାକ୍ଷିଙ୍କୁ ହିଁ ଦେଖିବାକୁ ମିଳିବେ। ଖଳନାୟକ ଭାବେ ସାଉଥ ଷ୍ଟାର୍‌ ସୁଦୀପ ଦେଖାଦେବେ। ଏହା ବ୍ୟତୀତ ଦବଙ୍ଗ ୩-ରେ ଶାହରୁଖ ଖାନ ଅତିଥି ଭୂମିକାରେ ନଜର ଆସିପାରନ୍ତି।

Share