‘ଦବଙ୍ଗ-୩’ର ପ୍ରମୋ ରିଲିଜ୍‌

ନୂଆଦିଲ୍ଲୀ: ପୁଣି ଦର୍ଶକଙ୍କ ମନୋରଞ୍ଜନ କରିବାକୁ ଆସୁଛନ୍ତି ବଲିଉଡ୍‌ ଦବଙ୍ଗ ପୋଲିସ୍‌ ଅଫିସର ଚୁଲ୍‌ବୁଲ୍‌ ପାଣ୍ଡେ। ସଲମାନଙ୍କ ମୋଷ୍ଟ ଅଓ୍ବେଟେଡ୍‌ ଫିଲ୍ମ ‘ଦବଙ୍ଗ-୩’ର ପ୍ରମୋ ରିଲିଜ୍‌ ହୋଇଛି। ନିଜେ ଚୁଲବୁଲ୍‌ ପାଣ୍ଡେ ଫିଲ୍ମର ପ୍ରମୋକୁ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଗୋଟିଏ ଦମ୍‌ଦାର୍‌ ଡାଏଲଗ୍‌ ସହ ସଲମାନ ଖାନଙ୍କ ଚୁଲ୍‌ବୁଲ୍‌ ପାଣ୍ଡେ ଅବତାର୍‌କୁ ପ୍ରମୋରେ ଦେଖିବାକୁ ମିଳିଛି। ପ୍ରମୋରେ ପାଣ୍ଡେ ଜୀ କହୁଛନ୍ତି, “ଯେତେବେଳେ ଚୁଲ୍‌ବୁଲ୍‌ ପାଣ୍ଡେଙ୍କ ସହ ଅଛି ପୂରା ଇଣ୍ଡିଆର ଇମୋଶନ୍ସ, ତେବେ ସଲମାନ କାହିଁକି କରିବେ ଫିଲ୍ମ ଦବଙ୍ଗ୍‌ର ପ୍ରମୋଶନ? ” ଫିଲ୍ମ ତାଙ୍କର, ପୋଷ୍ଟର ତାଙ୍କର, ତେବେ ଫିଲ୍ମର ପ୍ରମୋଶନ ମଧ୍ୟ ଚୁଲ୍‌ବୁଲ୍‌ ପାଣ୍ଡେ ହିଁ କରିବେ ବୋଲି ସେ କହିଛନ୍ତି। ଏପରି ଲାଗୁଛି ସଲମାନ ଫିଲ୍ମଟି ରିଲିଜ୍‌ ହେବା ପର୍ଯ୍ୟନ୍ତ ଚୁଲ୍‌ବୁଲ୍‌ ପାଣ୍ଡେ ହୋଇ ରହିବେ। ସେହିପରି ନିଜ ଅଫିସିଆଲ୍‌ ଟୁଇଟର ହ୍ୟାଣ୍ଡେଲରେ ସଲମାନ ନିଜ ନାମକୁ ବଦଳାଇ ଚୁଲ୍‌ବୁଲ୍‌ ପାଣ୍ଡେ ରଖିଛନ୍ତି ଓ ‘ଦବଙ୍ଗ-୩’ର ପ୍ରମୋ ଶେୟାର କରିଛନ୍ତି। ଆସନ୍ତା ଡିସେମ୍ବର ୨୦ରେ ରିଲିଜ୍‌ ହେବାକୁ ଥିବା ‘ଦବଙ୍ଗ-୩’ରେ ମହେଶ ମଞ୍ଜରେକରଙ୍କ ଝିଅ ସାଈ ମଞ୍ଜରେକର ଡେବ୍ୟୁ କରିବେ। ସଲମାନଙ୍କ ପ୍ରେମିକା ଚରିତ୍ରରେ ସାଈ ନଜରକୁ ଆସିବେ
ବୋଲି ଶୁଣାଯାଉଛି।

Share