‘ଦବଙ୍ଗ-୩’ର ଶୁଟିଂ ଶେଷ: ଏହି ଅବସରରେ ବିନୋଦଙ୍କୁ ମନେପକାଇଲେ ସଲ୍‌ମାନ

ବଲିଉଡ୍‌ ଇଣ୍ଡଷ୍ଟ୍ରିର ଦବଙ୍ଗ ଖାନ୍‌ ସଲମାନ୍‌ଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦବଙ୍ଗ-୩’ର ଶୁଟିଂ ଇତିମଧ୍ୟରେ ଶେଷ ହୋଇଛି। ସଲ୍‌ମାନ୍‌ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ଶେୟାରକରି ଏହା ଜଣାଇଛନ୍ତି। ଭିଡିଓରେ ସେ ଫିଲ୍ମର ସମସ୍ତ କଳାକାରଙ୍କ ସହ ନଜର ଆସୁଥିବା ଦେଖିବାକୁ ମିଳିଛି। ଏହି ଅବସରରେ ସେ ଅଭିନେତା ବିନୋଦ ଖାନ୍ନାଙ୍କୁ ମନେପକାଇଛନ୍ତି। ତାଙ୍କ ଜନ୍ମଦିନରେ ଫିଲ୍ମର ଶୁଟିଂ ଶେଷ ହୋଇଥିବା ସେ କହିଛନ୍ତି। ଫିଲ୍ମରେ ସଲମାନ୍‌ଙ୍କ ବିପକ୍ଷରେ ଅଭିନେତ୍ରୀ ହେଉଛନ୍ତି ସୋନାକ୍ଷୀ ସିହ୍ନା। ଅନ୍ୟ ପ୍ରମୁଖ ଚରିତ୍ରରେ ଅରବାଜ ଖାନ୍‌, ମାହି ଗିଲ, ପଙ୍କଜ ତ୍ରିପାଠୀ, ନବାବ ଶାହ, ପ୍ରମୋଦ ଖାନ୍ନା ପ୍ରମୁଖ ରହିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଭୁଦେବା।

Share