‘ଦବଙ୍ଗ-୩’ ଟ୍ରେଲରରେ ବଡ଼ ଭୁଲ

ବଲିଉଡ୍‌ ସୁପରହିଟ୍‌ ଫିଲ୍ମ ସିରିଜ୍‌ ‘ଦବଙ୍ଗ’ର ତୃତୀୟ ପାର୍ଟ ‘ଦବଙ୍ଗ-୩’ର ଟ୍ରେଲର ଇତିମଧ୍ୟରେ ରିଲିଜ୍‌ ହୋଇଯାଇଛି। ‘ଦବଙ୍ଗ’ର ପୂର୍ବ ଫିଲ୍ମ ଭଳି ଏଥିରେ ମଧ୍ୟ ସଲମାନ ପୋଲିସ ଅଫିସର ଚରିତ୍ରରେ ଅଭିନୟ କରୁଛନ୍ତି। ପାଖାପାଖି ୩ ମିନିଟର ଏହି ଟ୍ରେଲରରେ ଆକ୍ସନ ସାଙ୍ଗକୁ ଭରପୂର କମେଡି ଦେଖିବାକୁ ମିଳୁଛି। ହେଲେ ଏହି ଟ୍ରେଲରରେ ଗୋଟିଏ ବଡ଼ ଭୁଲ ରହିଯାଇଛି। ଯାହାକି ଏ ପର୍ଯ୍ୟନ୍ତ କାହା ନଜରକୁ ଆସିପାରି ନାହିଁ। ତାହା ହେଲା ଡିସେମ୍ବର ୨୦ରେ ଫିଲ୍ମଟି ରିଲିଜ୍‌ ହେବ। ଟ୍ରେଲର ଶେଷରେ ଦେଖାଯାଉଥିବା ଡିସେମ୍ବରର ବନାନ ଭୁଲ ଲେଖାଯାଇଛି। ପ୍ରଥମ ଥର ଲେଖାଯାଇଥିବା ଡିସେମ୍ବର ବନାନ ଠିକ୍‌ ଥିବା ବେଳେ ଦ୍ୱିତୀୟ ଥର ଏହା ଭୁଲ ଲେଖାଯାଇଛି। ତେବେ ଏହି ବନାନଟି କେତେ ଶୀଘ୍ର ଶୁଦ୍ଧ କରାଯାଉଛି ତାହା ଦେଖିବାକୁ ବାକି ରହିଲା। ଫିଲ୍ମରେ ସଲମାନ୍‌ ସମସ୍ତ ସୃଜନାତ୍ମକ ନିଷ୍ପତ୍ତି ନେଉଛନ୍ତି। ହେଲେ ଏହି ଭୁଲଟି ତାଙ୍କ ଆଖିରୁ ମଧ୍ୟ ଖସିଯାଇଛି।

Share