‘ଦବଙ୍ଗ-୩’ ପାଇଁ ପଛରେ ପଡିଲା ‘ମର୍ଦାନୀ-୨’

ମୁମ୍ବାଇ: ଏଥର ଫ୍ରାଇଡେରେ ରିଲିଜ୍‌ ହୋଇଥିଲା ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁଙ୍କ ଅଭିନୀତ ଫିଲ୍ମ ‘ଦବଙ୍ଗ-୩’। ପ୍ରଥମ ଦିନରେ ଏହା କଲେକ୍ସନ କରିଛି ପାଖାପାଖି ୨୪ କୋଟି ଟଙ୍କା। ପ୍ରାୟ ୩ହଜାର ସ୍କ୍ରିନରେ ରିଲିଜ୍‌ ହୋଇଥିବା ଏହି ଫିଲ୍ମ ହିନ୍ଦୀ ବ୍ୟତୀତ ତାମିଲ, ତେଲଗୁ ଓ କନ୍ନଡ ଭାଷାରେ ମଧ୍ୟ ନିର୍ମାଣ କରାଯାଇଛି। ସବୁଠାରୁ ବଡ କଥା ହେଲା ଗୋଟିଏ ସପ୍ତାହ ପୂର୍ବରୁ ବଡ ପରଦାରେ ଦମ୍‌ ଦେଖାଇଥିଲା ରାଣୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ମର୍ଦାନୀ-୨’। ଏହା ନାରୀ ସଶକ୍ତିକରଣ ଉପରେ ପର୍ଯ୍ୟବେଷିତ ହୋଇଥିବା ବେଳେ ପ୍ରଥମ ସପ୍ତାହରେ ଏହା ଭଲ ବ୍ୟବସାୟ କରି ପ୍ରାୟ ୨୮ କୋଟି ଟଙ୍କା କଲେକ୍ସନ୍‌ କରିଥିଲା। କିନ୍ତୁ ‘ଦବଙ୍ଗ-୩’ ଆସିବା ପରେ ପଛରେ ପଡିଗଲା ‘ମର୍ଦାନୀ-୨’। ଦ୍ୱିତୀୟ ସପ୍ତାହରେ ଏହା ୧ କୋଟି ଟଙ୍କା ଆୟ କରିବା ଫଳରେ ଏବେ ଏହା ୨୯ କୋଟିରେ ପହଞ୍ଚିଛି। କୁହାଯାଉଛି କି ‘ଦବଙ୍ଗ-୩’ ଆସିବା ପରେ କମିଗଲା ‘ମର୍ଦାନୀ-୨’ର ଆୟ।

Share