ଦମାପଲା ଗ୍ରାମରେ ନୂଆଁଖାଇ ଭେଟ୍‌ଘାଟ୍‌, କବିତା ପାଠୋତ୍ସବ

ଖଡିଆଳ,୧୧।୯(ଡି.ଏନ.ଏ.)-ନୂଆପଡା ଜିଲା ଖଡିଆଳ ବ୍ଲକ ଚିନ୍ଦାଗୁଡା ପଞ୍ଚାୟତ ଦମାପଲା କ୍ଲବ ଗୃହରେ ନୂଆଁଖାଇ ଭେଟ୍‌ଘାଟ୍‌ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଥାନାଧିକାରୀ ନନ୍ଦକିଶୋର ପ୍ରଧାନୀ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟଅତିଥି ବିଶିଷ୍ଟ ସଙ୍ଗୀତଜ୍ଞ ନନ୍ଦଲାଲ ବାରିକ, ଶିକ୍ଷାବିତ ତଥା କବି ଲବଣେଶ୍ୱର ବାରିକ ଯୋଗଦେଇଥିଲେ। ମୁଖ୍ୟବକ୍ତା ଭାବେ ସାହିତ୍ୟକ ମାୟାଧର ସରାଫ ଓ କବି ତଥା ଶିକ୍ଷାବିତ ଗୌରାଙ୍ଗ କୁମାର ସାହୁ ସଂଯୋଜନା କରିଥିଲେ। ଗୃହଣୀ ମାଲତା ତାଣ୍ଡି ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତାମାନେ ନୂଆଁଖାଇ ପର୍ବର ବିଶେଷତା ଏବଂ ନୂଆଁଖାଇ ପର୍ବ ଗୋଟିଏ କୃଷି ଭିତ୍ତିକ ପର୍ବ ଓ ଭାଇଚାରାର ପର୍ବ ବୋଲି ଉଲ୍ଲେଖ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ରୂପେ ବିଜୁ ପଟ୍ଟନାୟକ ମହାବିଦ୍ୟାଳୟର ଅଧ୍ୟାପକ ସାମୁଏଲ ଦାନୀ, ଶିକ୍ଷାବିତ ଦେବବ୍ରତ ବିଶି, କବି ଲବଣେଶ୍ୱର ବାରିକ ଯୋଗଦାନ କରିଥିଲେ । କବିତା ପାଠୋତ୍ସବରେ କବି ଶରତ ଚନ୍ଦ୍ର ବାରିକ, ଚର୍ତୁଭୁଜ ସିଂହଦେଓ, ଡ. ସୁଶାସ୍ତ କୁମାର ବିଶି, ଆକାଶ କୁମାର ସାହୁ, ଶିରୀଶଙ୍କର ବାରିକ, ନୃପରାଜ ତାଣ୍ଡି, ଉପେନ୍ଦ୍ର କୁମାର ପାଣିଗ୍ରାହୀ ପ୍ରମୁଖ ନୂଆଁଖାଇ ଉପରେ କବିତା ପାଠୋତ୍ସବ କରିଥିଲେ। କାର୍ଯ୍ୟକ୍ରମରେ ଅଧ୍ୟାପକ ବିଜୟ କୁମାର ବାରିକ, ରୁଦ୍ରମାଧବ ବାରିକ, ହିମାଂଶୁ ପୋଢ଼, ଅଶ୍ୱିନୀ ପ୍ରଧାନୀ, ତ୍ରିଲୋଚନ ବିଶି, ପରେଶ କୁମାର ବାରିକ, ଆଶୁତୋଷ ବାରିକ, କ୍ଷୀରୋଦୀନି ବାରିକ, କୈଳାଶ ବାଗ, ମଥୁରା ତାଣ୍ଡି, ଠାକୁର ବିଶି, ହୃଦାନନ୍ଦ ଦଳପତି ପ୍ରମୁଖ ଉପସ୍ଥିତ ଥିଲେ। କବି ଶିରିଶଙ୍କର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।