ଦମ୍ପତିଙ୍କୁ ଆକ୍ରମଣ ମାମଲା: ଝିଅଙ୍କୁ ୫ବର୍ଷ ଜେଲ୍‌

ସଜନାଗଡ଼, ୩୦।୯(ଡି.ଏନ.ଏ.)-ଏକ ଦମ୍ପତିଙ୍କୁ ମରଣାନ୍ତକ ଆକ୍ରମଣ ମାମଲାର ବିଚାର କରି ନୀଳଗିରି ସହକାରୀ ଦୌରାଜଜ୍‌ ସତ୍ୟବ୍ରତ ମିଶ୍ର ସୋମବାର ଅଭିଯୁକ୍ତ ମା’ ଓ ଝିଅଙ୍କୁ ୫ବଷର୍ର୍ ସଶ୍ରମ କାରାଦଣ୍ଡ ସହ ୫ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଆଉ ୩ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।
୨୦୧୧ ସେପ୍ଟେମ୍ବର ୨୧ ତାରିଖରେ ଏକ ଗଛ ହଣାକୁ କେନ୍ଦ୍ର କରି ଔପଦା ଥାନା ଚଁପୁର ଗ୍ରାମର ସୁକାନ୍ତି ନାୟକ ଓ ଝିଅ ଜ୍ୟୋତ୍ସାରାଣୀ ନାୟକ ତାଙ୍କ ସମ୍ପର୍କୀୟ ମନୋରଞ୍ଜନ ନାୟକ ଓ ସ୍ତ୍ରୀ ହେମଲତାଙ୍କୁ ଠେଙ୍ଗା ଓ କାଠ ଫାଳିଆରେ ଆକ୍ରମଣ କରି ଗୁରୁତର କରିଥିଲେ। ମନୋରଞ୍ଜନଙ୍କ ଅଭିଯୋଗକୁ ଭିତ୍ତି କରି ଔପଦା ଥାନାରେ ଏକ ମାମଲା (ନଂ. ୩୬/୧୧) ରୁଜୁ ହୋଇ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୪୧, ୩୨୩, ୨୯୪, ୫୦୬, ୩୦୭/୩୪ ଦଫାରେ ମାମଲା ରୁଜୁ ହୋଇଥିଲା। ନୀଳଗିରି ସହକାରୀ ଦୌରାଜଜ୍‌ ମିଶ୍ର ୧୨ଜଣ ସାକ୍ଷୀଙ୍କର ବୟାନ ଏବଂ ସମସ୍ତ କାଗଜପତ୍ରକୁ ଭିତ୍ତି କରି ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ମକଦ୍ଦମାକୁ ସରକାରଙ୍କ ତରଫରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଅମରେନ୍ଦ୍ର ପଟ୍ଟନାୟକ ପରିଚାଳନା କରୁଥିଲେ।