ଦମ୍‌ ଦେଖାଇଲେ ଟାଇଗର ଶ୍ରଫ୍‌

ମୁମ୍ବାଇ: ବଲିଉଡ ଆକ୍ସନ ହିରୋ ଟାଇଗର ଶ୍ରଫ୍‌ ରବିବାର ୨୦୦କିଲୋଗ୍ରାମ ଓଜନର ଭାରୋତ୍ତୋଳନ କରି ଏହାର ଭିଡିଓକୁ ବନ୍ଧୁ ଓ ପ୍ରଶଂସକଙ୍କ ନିକଟକୁ ଶେୟାର କରିବା ପରେ ସେମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ଶ୍ରଫ୍‌ ନିଜର ଶାରୀରିକ୍‌ ଫିଟ୍‌ନେସ୍‌ ପାଇଁ ବେଶ୍‌ ଭଲଭାବେ ପରିଚିତ। ସେ ଜିମ୍‌ରେ ଅତ୍ୟନ୍ତ କଷ୍ଟସାଧ୍ୟ ୨୦୦କିଲୋ ଓଜନର ଭାରୋତ୍ତୋଳନ କରିବାର ଭିଡିଓ ଇନ୍‌ଷ୍ଟାଗ୍ରାମ୍‌ରେ ଅପ୍‌ଲୋଡ କରିଛନ୍ତି। ସେ ଉକ୍ତ ଭିଡିଓ ତଳେ ଉଲ୍ଲେଖ କରିଛନ୍ତି, ହାଇସ୍କୁଲରେ ପଢ଼ିବା ସମୟରେ ୨୦୦କିଲୋ ଓଜନ ଉଠାଇବା ତାଙ୍କୁ ଖୁବ୍‌ ସହଜ ହେଉଥିଲା। ଅଭ୍ୟାସ ନ ଥିବାରୁ ଏବେ ଏହି ଓଜନ ଉଠାଇବାକୁ ସାମାନ୍ୟ କଷ୍ଟ ହେଉଛି।
ଟାଇଗରଙ୍କ ଏହି ଦୁଃସାହସିକ ଭାରୋତ୍ତୋଳନ ପାଇଁ ଅଭିନେତା ଇଶାନ ଖଟ୍ଟର ତାଙ୍କୁ ‘ସୁପରହ୍ୟୁମ୍ୟାନ୍‌’ ବର୍ଣ୍ଣନା କରିଛନ୍ତି। ତାଙ୍କ ଭିଡିଓକୁ ବର୍ତ୍ତମାନ ୫୨,୦୦୦ରୁ ଊର୍ଦ୍ଧ୍ୱ ଦର୍ଶକ ଦେଖିସାରିଲେଣି। ଟାଇଗର ତାଙ୍କର ଆଗାମୀ ଫିଲ୍ମ ‘ଓ୍ବାର’ର ରିଲିଜକୁ ଅପେକ୍ଷା କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ହ୍ରିତିକ ରୋଶନ ଏବଂ ବାଣୀ କପୁର ଅଭିନୟ କରିଛନ୍ତି।

Share