ଦରକାରୀ କାଗଜପତର ଦାଖଲକରି ହତାଶ: ଭତାରୁ ବହୁତ୍‌ ଦୂରେ ହକ୍‌ଦାର ହିତାଧିକାରୀ

ଲାଠୋର, ୧୦ା୬ (ଡି.ଏନ୍‌.ଏ):  ସରକାର ୬୦ ବଛର୍‌ରୁ ଅଧ୍‌କା ବଏସ୍‌ର ବୁଢ଼ାବୁଢ଼ିମାନକୁ ମାସିକ ୫ଶହ ଟଁକା ଭତା ଯୁଗେଇ ଦେଉଛନ୍‌। ସେନ୍‌ତା ୮୦ ବଛର୍‌ରୁ ଅଧ୍‌କା ହେଇଥିବାର ବୁଢ଼ାବୁଢ଼ିକୁ ମାସିକ ୭ଶହ ଟଁକା ଦେଉଛନ୍‌। ହେଲେ ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ଗାଁର ବନ୍ଧପଡ଼ାରେ ବାସ କରୁଥିବାର ୬ ଝନ୍‌ ବୁଢ଼ାବୁଢ଼ି ଭତା ଯୋଜନାରୁ ବଁଚିତ୍‌ ହେଇଥିବାର ଅଭିଯୋଗ କରିଛନ୍‌।
ସୂଚନା ଅନ୍‌ସାରେ ଲାଠୋର ବନ୍ଧପଡ଼ାରେ ୨୦ ଗରିବ୍‌ ପରିବାର ବାସ କରୁଛନ୍‌। ସେମାନେ ସଭେ ହେମାଲି କାମ୍‌ କରି ନିଜର କୁଟୁମ ପୁଷୁଛନ୍‌। ହେଲେ ପଡ଼ାର ପୂର୍ଣ୍ଣମୀ ଭଇଁଷାଲ, କଳା ବିଶି, ତୁଲସା ପାତ୍ର, ଭାନୁମତି ହଂସ, ମନଧର ଶବର, କାନ୍ତ ଚିତକୁଡ଼ିଆ ସମେତ ୬ ଝନ୍‌ ବୁଢ଼ାବୁଢ଼ି ଭତା ପାଏବାରୁ ବଁଚିତ୍‌ ହେଇଥିବାର ଅଭିଯୋଗ କରିଛନ୍‌। ଇମାନେ ସଭେ ଭତାର ଲାଗି ଦରକାର କାଗଜପତର କରି ପଁଚେତ୍‌ କତୁରପକ୍ଷକୁଁ ଦେଇଛନ୍‌। ହେଲେ କେନ୍‌ କାରନ୍‌ରୁ ଇମାନେ ସଭେ ଭତା ପାଏବାରୁ ବଁଚିତ ହେଇଛନ୍‌ ସେ ବିଷେରେ ଅଁଧାରେ ରହିଛନ୍‌। ଇ ଗରିବ୍‌ ପରିବାରମାନେ ଫିଦିନ୍‌ ଯାହା କମାନି କରୁଛନ୍‌ ସେଥ୍‌ରେ ପରିବାର ଚଲବାର ତାହାକୁ ଭିଡ଼ ହେଇଯାଉଛେ। ଏନ୍‌ତା ବି ଦିନ୍‌ ଆସୁଛେ ସେମାନେ ଟଁକା ପଏସା ଅଭାବୁ ନାନା ସମସିଆର ସାମନା କରୁଛନ୍‌। ଏନ୍‌ତାଥି ଇ ପରିବାରର ହକ୍‌ଦାର ହିତାଧିକାରୀମାନେ ଭତା ଲାଗି ଦରକାରୀ କାଗଜପତର ଦାଖଲ କଲେ ବି ଅନ୍‌ଦେଖା କରି ନିରାଶ କରାଯାଉଥିବାର ଅଭିଯୋଗ କରିଛନ୍‌। ସେମାନେ ଏତେ ବି ଶିକ୍ଷିତ ନୁହେ ଯେ ତାକର ହକ୍‌ ଲାଗି ପରଶାସନ ସଂଗେ ଲଢ଼େଇ କରି ପାରବେ। ମାସ୍‌କେ ଦୁଇମାସେ ଭତା ଖବର ବୁଝି ନିରାଶ ହେଇ ଫିରୁଛନ୍‌। ଇ ବାବ୍‌ଦେ ଲାଠୋର ସରପଁଚ୍‌ ପ୍ରବିଣ କୁମାର ଅଗ୍ରଓ୍ବାଲକୁଁ ପଚରାଲାରୁ ଇ ସମସିଆ ଖାଲି ୬ ଝନ୍‌କର ନୁହେ, ପଁଚେତ୍‌ ଅଧୀନ ୭୦ ଝନ୍‌ ହିତାଧିକାରୀକଁର ଫର୍ମ ପଠାଯାଇଛେ। ଉପରୁ ମଂଜୁର ହେଇକରି ଆଏଲେ ହିତାଧିକାରୀମାନକୁ ଭତା ଯୁଗେଇ ଦିଆଯିବା ବଲି ସେ କହିଥିଲେ। ହେଲେ ଇ ନିହାତି ଗରିବ୍‌ ଦୁଖି ପାରିବାରମାନକର ଅସବିଧାଟାକେ ବୁଝି ଥାନୀୟ ପରଶାସନ ଯେତେ ଜଲଦି ହେବା ଭତା ଯୁଗେଇ ଦେବାର ବେବସ୍‌ତା କରବାର କଥା ବଲି ବୁଧିଜୀବୀ ମହଲରୁ ଦାବି ହେଉଛେ।