ବେଙ୍ଗାଲୁରୁ,୮।୭: କର୍ନାଟକରେ ଜେଡିଏସ୍ ଓ କଂଗ୍ରେସର ୧୪ ବିଧାୟକ ଇସ୍ତଫା ଦେବା ପରେ ଏବେ ଘୋର ସଙ୍କଟରେ କର୍ନାଟକ ସରକାର। ତେବେ ସରକାରଙ୍କୁ ବଞ୍ଚାଇବାକୁ ଦରକାର ପଡିଲେ ସବୁ କଂଗ୍ରେସ ବିଧାୟକ ଇସ୍ତଫା ଦେବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ଜି ପରମେଶ୍ୱର। କର୍ନାଟକ ସରକାରଙ୍କୁ ଭାଙ୍ଗିବାରେ ଭାଜପାର ବଡ ଭୂମିକା ଥିବା ସେ କହିଛନ୍ତି। ତେଣୁ ସୋମବାର ସେ କଂଗ୍ରେସ ବିଧାୟକଙ୍କୁ ନେଇ ଏକ ଜରୁରୀ ବୈଠକର ଆୟୋଜନ ମଧ୍ୟ କରିଛନ୍ତି।