ଦରଦାମ ବୃଦ୍ଧି ପ୍ରତିବାଦ: ବଲାଙ୍ଗୀର ଜିଲା କଂଗ୍ରେସ ପକ୍ଷରୁ ଗଣଧାରଣା

ବଲାଙ୍ଗୀର ଅଫିସ,୨୨।୧୧: ଦେଶରେ ଅହେତୁକ ଦରଦାମ ବୃଦ୍ଧି, ବିପର୍ଯ୍ୟସ୍ତ ଅର୍ଥନୀତି ଓ ସରକାରୀ ତଥା ବେସରକାରୀ ନିଯୁକ୍ତି କାଟ୍‌ ପ୍ରତିବାଦରେ ବଲାଙ୍ଗୀର ଜିଲା କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି। ଜିଲା କଂଗ୍ରେସ କମିଟି ସଭାପତି ଦିଲୀପ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରତିବାଦ ସଭାରେ ରାଜ୍ୟ କଂଗ୍ରେସ ମୁଖପାତ୍ର ତଥା ଏଆଇସିସି ସଦସ୍ୟ ସମରେନ୍ଦ୍ର ମିଶ୍ର, ଉପସଭାପତି ଉମାକାନ୍ତ ସାହୁ, ମନୀଷ ମିଶ୍ର, ସମ୍ପାଦକ ସନ୍ତକ ବହିଦାର, ଅଶୋକ ନନ୍ଦ, ସାନନ୍ଦ ମିଶ୍ରଙ୍କ ସମେତ ଶତାଧିକ କର୍ମୀ ଧାରଣାରେ ସାମିଲ ହୋଇଛନ୍ତି। ଏଥିରେ ସମରେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧି ନୀତି, ଦରଦାମ ବୃଦ୍ଧିକୁ ଘୋର ସମାଲୋଚନା କରିଛନ୍ତି।

Share