Categories: ବାଣିଜ୍ୟ

ଦରମା ନ ପାଇ ଜେଟ୍‌ କର୍ମଚାରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୨୮-୪: ଜେଟ୍‌ ଏୟାରଓ୍ବେଜର ଜଣେ ସିନିୟର ଟେକ୍ନିସିଆନ ଦରମା ନ ପାଇବା କାରଣରୁ ଆତ୍ମହତ୍ୟା  କରିଛନ୍ତି। ମହାରାଷ୍ଟ୍ରର ପାଲଘର ଜିଲାର ୪୫ ବର୍ଷୀୟ ଶୈଳେଶ ସିଂହଙ୍କୁ କ୍ୟାନ୍‌ସର ହୋଇଥିଲା। ସେ ନାଲାସୋପାଡା ପୂର୍ବରେ ସ୍ଥିତ ନିଜର ୪ ମହଲା ବାସଭବନରୁ ଡେଇଁ ଆମତ୍ହତ୍ୟା କରିଛନ୍ତି। ଜେଟ୍‌ ଏୟାରଓ୍ବେଜ ଷ୍ଟାଫ୍‌ ଆଣ୍ଡ ଏମ୍ପ୍ଲୟିଜ ଆସୋସିଏଶନର କହିବାନୁଯାୟୀ, ଗତ କିଛି ଦିନ ହେଲା ବେତନ ନ ମିଳିବା କାରଣରୁ ଶୈଳେଶଙ୍କୁ ଦୟନୀୟ ଅବସ୍ଥାର ସାମ୍ନା କରିବାକୁ ପଡ଼ିଥିଲା। ତାଙ୍କର କେମୋଥେରାପି ଚାଲିଥିବା ବେଳେ ଅର୍ଥ ଅଭାବରୁ ସେ ଚିନ୍ତାଗ୍ରସ୍ତ ଥିଲେ। ଜେଟ୍‌ ଏୟାରଓ୍ବେଜ ସାମୟିକ ବନ୍ଦ ହୋଇଯିବା ପରେ ଆମତ୍ହତ୍ୟାର ଏହା ପ୍ରଥମ ଘଟଣା। ମୃତ ଶୈଳେଶଙ୍କ ପୁଅ ଏୟାରଲାଇନ୍ସର ଅପରେଶନ୍ସ ଡିପାର୍ଟମେଣ୍ଟରେ କାର୍ଯ୍ୟ କରୁଛନ୍ତି। ପୋଲିସ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି।

Share