ଦରମା ବଢ଼ାଇବାରେ ଘରୋଇ କମ୍ପାନୀ କୁଣ୍ଠିତ

ନୂଆଦିଲ୍ଲୀ,୨୨।୮: ଚଳିତ ବର୍ଷ କମ୍‌ ଲୋକଙ୍କ ଦରମା ସେମାନଙ୍କ ମନମୁତାବକ ବଢ଼ିଛି। ଅର୍ଥନୀତିର ଅବସ୍ଥା ବିଗିଡିଯିବା କାରଣରୁ ଚଳିତ ବର୍ଷ ଘରୋଇ କମ୍ପାନୀଗୁଡ଼ିକ ହାତ ଖୋଲା ଦରମା ବଢ଼ାଇନାହାନ୍ତି। ସେଣ୍ଟର ଫର୍‌ ମନିଟରିଂ ଅଫ୍‌ ଇଣ୍ଡିଆନ ଇକୋନୋମୀ(ସିଏମ୍‌ଆଇଇ) ତଥ୍ୟରୁ ଜଣାପଡୁଛି ଯେ, ଘରୋଇ ସେକ୍ଟରରେ ଚଳିତ ବର୍ଷ ଦରମା ବୃଦ୍ଧି ୧୦ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି। ସିଏମ୍‌ଆଇଇ ଡାଟାବେସ୍‌ର ବିଶ୍ଲେଷଣରୁ ଜଣାପଡିଛି ଯେ, ଆୟ ହ୍ରାସ ପାଇବା କାରଣରୁ ଘରୋଇ ସେକ୍ଟରରେ ଦରମା ବୃଦ୍ଧି ଉତ୍ସାହଜନକ ନୁହେଁ। ଏହା ୨୦୦୯-୧୦ ପରେ ସବୁଠାରୁ ଖରାପ ସ୍ଥିତି ରହିଛି। ଏଥିସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ପ୍ରାସଙ୍ଗିକ ଡାଟା ଭାରତୀୟ ଅର୍ଥନୀତି ଏବଂ କମ୍ପାନୀଗୁଡ଼ିକରେ କାମ କରୁଥିବା କର୍ମଚାରୀଙ୍କ ସ୍ପଷ୍ଟ ଚିତ୍ର ଉଜାଗର କରୁଛି।

ବେକାରି ସଂଖ୍ୟା ଦୁଇଗୁଣା ବଢ଼ିଛି
ପିଏଲ୍‌ଏଫ୍‌ଏସ୍‌ର ରିପୋର୍ଟ ଅନୁଯାୟୀ, ୨୦୧୧-୧୨ ବର୍ଷରେ ବେକାରି ସଂଖ୍ୟା ୧.୦୮ କୋଟି ଥିଲା, ଯାହା କି ୨୦୧୭-୧୮ରେ ଦୁଇଗୁଣା ବଢ଼ି ୨.୮୫ କୋଟିରେ ପହଞ୍ଚତ୍ଗଲାଣି। ୧୯୯୯-୨୦୦୦ ତଥା ୨୦୧୧-୧୨ ମଧ୍ୟରେ ବେକାରି ସଂଖ୍ୟା ପ୍ରାୟ ୧ କୋଟି ଥିଲା। ବର୍ଷ ୨୦୧୧-୧୨ ରୁ ୨୦୧୭-୧୮ ମଧ୍ୟରେ ୧.୮ କୋଟି ଶ୍ରମ ବଳଙ୍କୁ ସାମିଲ କରାଯାଇଥିଲା। ଏହି ସମୟରେ ମାତ୍ର ୫ ଲକ୍ଷ ନିଯୁକ୍ତି ସୃଷ୍ଟି ହୋଇପାରିଥିଲା। ଯାହାକୁ ବେକାରି ବୃଦ୍ଧିର ସବୁଠାରୁ ବଡ଼ କାରଣ କୁହାଯାଉଛି।

ଧିମା ଅର୍ଥନୀତି ଦରମା ବୃଦ୍ଧିରେ ବାଧକ
ସିଏମ୍‌ଆଇଇର ଡାଟା ମୁତାବକ, ଦେଶରେ କାରବାର ଧିମା ପଡିବା କାରଣରୁ କର୍ପୋରେଟ ଇଣ୍ଡିଆର ଦରମା ବୃଦ୍ଧିରେ ବଡ଼ ବାଧକ ହୋଇଛି। ଡାଟା ଅନୁଯାୟୀ, ବର୍ଷ ୨୦୧୨-୧୩ ପରେ ୪ ଆର୍ଥିକ ବର୍ଷରେ କମ୍ପାନୀଗୁଡ଼ିକର ଆୟ ହ୍ରାସ ପାଇଛି।

ଅର୍ଥନୀତିକୁ ଦୋହରା ଝଟକା
ବେକାରି ବୃଦ୍ଧି ସହିତ ଦରମା କମ୍‌ ବଢ଼ିବା ଦେଶର ରୋଜଗାର ଦୃଶ୍ୟପଟ ଦେଖିଲେ ଅର୍ଥନୀତିକୁ ଦୋହରା ଝଟ୍‌କା ଦେଇଛି। ପିରିଓଡିକ୍‌ ଲେବର ଫୋର୍ସ ସର୍ଭେ ୨୦୧୭-୧୮ ଅନୁଯାୟୀ ଦେଶରେ ବେକାରି ହାର ବର୍ତ୍ତମାନ ୬.୧% ରହିଛି, ଯାହା କି ଅଦ୍ୟାବଧି ସର୍ବାଧିକ ସ୍ତର କୁହାଯାଉଛି। ବର୍ତ୍ତମାନ ପୁରୁଷଙ୍କ ବେକାରି ୧୯୭୭-୭୮ ପରେ ସର୍ବାଧିକ ଉଚ୍ଚ ସ୍ତରରେ ରହିଛି ଓ ୧୯୮୩ ପରେ ମହିଳାଙ୍କ କ୍ଷେତ୍ରରେ ସର୍ବୋଚ୍ଚ ସ୍ତରରେ ରହିଛି। ଅନ୍ୟପକ୍ଷରେ କେୟାର ରେଟିଂର ସର୍ଭେ ଅନୁଯାୟୀ, ଦେଶରେ ନିଯୁକ୍ତି ଦୃଶ୍ୟପଟ ଦିନକୁ ଦିନ ଖରାପ ହୋଇଚାଲିଛି। ଏହାକୁ ଗ୍ରହଣ କରାଗଲେ ଅର୍ଥନୀତି ଲାଗି ଏହା ତୃତୀୟ ଝଟ୍‌କା କୁହାଯାଇପାରେ।

ରୋଜଗାର ଦୃଶ୍ୟପଟ ଅସ୍ପଷ୍ଟ
ବ୍ୟାଙ୍କ, ବୀମା, ଅଟୋମୋବାଇଲ, ଲଜିଷ୍ଟିକ୍ସ ଓ ଇନ୍‌ଫ୍ରାଷ୍ଟ୍ରକ୍‌ଚର କମ୍ପାନୀଗୁଡ଼ିକ ନିଯୁକ୍ତି ସଂଖ୍ୟା ହ୍ରାସ କରିସାରିଛନ୍ତି। ଅଧିକାଂଶ ସେକ୍ଟରରେ ଭର୍ତ୍ତି ଗତିବିଧି ଧିମା ହୋଇଗଲାଣି। ଏଥିରୁ ଏହା ସ୍ପଷ୍ଟ ହେଉଛି ଯେ, ଦେଶରେ ନିଯୁକ୍ତି ଦୃଶ୍ୟପଟ ବେଶ୍‌ ଅସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧନତେରସରେ ସୁନା କିଣିବାକୁ ଯୋଜନା କରୁଛନ୍ତି କି? ଜାଣିନିଅନ୍ତୁ ନୂଆ ଦର

ଭୁବନେଶ୍ୱର,୨୮।୧୦: ରାତି ପାହିଲେ ସୁଖ ଓ ସମୃଦ୍ଧିର ପର୍ବ ଧନ ତ୍ରୟୋଦଶୀ ବା ଧନତେରସ। କୁହାଯାଏ ଏହିଦିନ ସୁନା ଗହଣା କିଣିଲେ ଘରକୁ ଲକ୍ଷ୍ମୀ ଆସନ୍ତି।...

୧୩.୧୦ କୋଟି ଶ୍ରମିକଙ୍କ ପାଇଁ ଆଧାର ସିଡିଂ

ଭୁବନେଶ୍ୱର,୨୮।୧୦(ଅନୁରାଧା ମହାରଣା): ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନ ୨୦୦୫ (ମହାତ୍ମା ଗାନ୍ଧୀ ନରେଗା)ର ଅଧୀନରେ ଗ୍ରାମୀଣ...

୬୯୯ଟଙ୍କାରେ ମିଳୁଛି ଜିଓ ଭାରତ ୪ଜି ଫୋନ୍‌

ମୁମ୍ବାଇ,୨୭।୧୦ (ଅଭୟ ଦାଶ): ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକିି ଏହି ସୀମିତ ସମୟ ଅଫର ମଧ୍ୟରେ ଆଶାୟୀ ଉପଭୋକ୍ତାମାନେ...

ମୁଦ୍ରାସ୍ଫୀତିକୁ ନେଇ ଆରବିଆଇ ଗଭର୍ନର ଦେଲେ ବଡ଼ ସୂଚନା, କହିଲେ ଆମେ ଏହାକୁ…

ନୂଆଦିଲ୍ଲୀ,୨୬ା୧୦: ଭାରତୀୟ ଅର୍ଥନୀତିରେ ଉତ୍ଥାନପତ୍ତନ ଜାରି ରହିଛି। ଏଫ୍‌ଆଇଆଇ ଦେଶ ଛାଡୁଛନ୍ତି। ଏହି କାରଣରୁ ଗତ କିଛିଦିନ ହେବ ଷ୍ଟକ୍‌ ମାର୍କେଟରେ ମଧ୍ୟ ଏକ ବିରାଟ...

ମାସକୁ ୯୦୦୦ ଟଙ୍କା ରୋଜଗାର କରିବାକୁ ଚାହାନ୍ତି କି? ପୋଷ୍ଟ ଅଫିସର ଏହି ଯୋଜନା ଜବରଦସ୍ତ; ନିବେଶ କରି… 

ନୂଆଦିଲ୍ଲୀ,୨୬।୧୦: ଭାରତର ସର୍ବପୁରାତନ ଅନୁଷ୍ଠାନ ମଧ୍ୟରୁ ପୋଷ୍ଟ ଅଫିସ(ଡାକଘର) ଅନ୍ୟତମ। ଏହା ଡାକ ସମ୍ବନ୍ଧୀୟ ସୁବିଧା ମିଳିବା ସହିତ ବିନିଯୋଗ ଲାଗି ଆକର୍ଷଣୀୟ ବିକଳ୍ପ ପ୍ରଦାନ...

ଆଇଡିବିଆଇର ଆର୍ଥିକ ଫଳାଫଳ

ନୂଆଦିଲ୍ଲୀ,୨୬।୧୦: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ଓ ଚଳିତ...

ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୬।୧୦: ବର୍ତ୍ତମାନ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏପରିକି ଆମାଜନ୍‌.ଇନ୍‌ରେ ଭଲ ଅଫର, ବଡ଼ ସଞ୍ଚୟ, ବ୍ଲକ୍‌ ବଷ୍ଟର ମନୋରଞ୍ଜନ ଏବଂ...

ରିଲାଏନ୍ସ ଡିଜିଟାଲରେ ଫେଷ୍ଟିଭାଲ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ

ମୁମ୍ବାଇ,୨୬।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦୀପାବଳିରେ ମଧ୍ୟ ରିଲାଏନ୍ସ ଡିଜିଟାଲର ଇଲେକ୍ଟ୍ରୋନିକ୍ସ ମହୋତ୍ସବ ପାଳନ କରାଯାଉଛି। ଏପରିକି ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri