ଦର୍ଶକଙ୍କୁ ଡରାଇ ପାରିଲାନି ‘ଭୂତ’: ୩ ଦିନରେ ୧୬.୩୬ କୋଟି ବ୍ୟବସାୟ

ମୁମ୍ବାଇ: ଭିକି କୌଶଲଙ୍କ ଅଭିନୀତ ଫିଲ୍ମ ‘ଭୂତ’ ରିଲିଜ ହୋଇସାରିଛି। ଟ୍ରେଲର ରିଲିଜ ପରେ ଦର୍ଶକେ ଯାହା ଆଶା କରୁଥିଲେ କିନ୍ତୁ ସେମିତି କିଛି କମାଲ କରିପାରିଲାନି ଏହି ଫିଲ୍ମ। ଲଗାତର ୩ ଦିନ ଫିଲ୍ମର କଲେକ୍ସନ ପ୍ରାୟ ସମାନ ରହିଲା। ଶନିବାର ଏବଂ ରବିବାର ମଧ୍ୟ ଭଲ ବ୍ୟବସାୟ କଲାନାହିଁ। ଟ୍ରେଲରରୁ ଦର୍ଶକେ ଭାବୁଥିଲେ ‘ଭୂତ’ ନିଶ୍ଚିତ ଡରାଇବ। ଅର୍ଥାତ ଦର୍ଶକଙ୍କ ମନକୁ ଛୁଇଁବ। ମାତ୍ର ବକ୍ସ ଅଫିସରେ ସେମିତି କିଛି ଏହାର ପ୍ରଭାବ ପଡ଼ିଲା ନାହିଁ। ଶୁକ୍ରବାର ଏହି ଫିଲ୍ମ ୫.୧୦ କୋଟି, ଶନିବାର ୫.୫୨ କୋଟି ଏବଂ ରବିବାର ୫.୭୪ କୋଟି ମୋଟ ୧୬.୩୬ କୋଟି ବ୍ୟବସାୟ କରିଛି। ଫିଲ୍ମଟି ମେଟ୍ରୋ ସିଟିରେ ଠିକ୍‌ଠାକ୍‌ ପ୍ରଦର୍ଶନ କରିଛି। କିନ୍ତୁ ଛୋଟ ସହରରେ ବହୁ କମ୍‌ ବ୍ୟବସାୟ କରିଛି। ସୋମବାର ଆଶା ରହିଛି କିଛି ଭଲ ବ୍ୟବସାୟ କରିବ। ତେବେ ଦେଖାଯାଉ ଏହା ଆଜି କେମିତି ବ୍ୟବସାୟ କରୁଛି।

Share