ଦର୍ଶକଙ୍କୁ ନିରାଶ କଲା ପ୍ରଭାସଙ୍କ ‘ସାହୋ’

ମୁମ୍ବାଇ: ଚଳଚ୍ଚିତ୍ର ବାହୁବଲୀର ସଫଳତା ପରେ ସୁପରଷ୍ଟାର ପ୍ରଭାସଙ୍କଠାରୁ ଅନେକ କିଛି ଆଶା କରୁଥିଲେ ଦର୍ଶକ। ଶୁକ୍ରବାର ‘ସାହୋ’ ରିଲିଜକୁ ନେଇ ମଧ୍ୟ ଅନେକ ଉତ୍କଣ୍ଠା ଭରି ରହିଥିଲା। ହେଲେ ଶେଷରେ ଦର୍ଶକଙ୍କୁ ନିରାଶ କରିଛି ‘ସାହୋ’। ଫିଲ୍ମର କାହାଣୀ ଓ ଆକ୍ସନ ଦର୍ଶକଙ୍କ ମନ କିଣିବାରେ ବିଫଳ ହୋଇଛି।

୩୫୦ କୋଟି ବଜେଟରେ ନିର୍ମାଣ ହୋଇଛି ଏହି ଫିଲ୍ମ। ଫିଲ୍ମରେ ବଲିଉଡ ତଡ଼କା ଦେବା ଲାଗି ସିନେଜଗତ ସହ ଜଡିତ ବଡ଼ ବଡ଼ କଳାକାରଙ୍କୁ ଏଥିରେ ସାମିଲ କରାଯାଇଛି। ସେମାନଙ୍କ ମଧ୍ୟରେ ନାୟିକା ଶ୍ରଦ୍ଧା କପୁର, ଜ୍ୟାକି ଶ୍ରଫ, ମନ୍ଦିରା ବେଦୀ, ଅରୁଣ ବିଜୟ, ଚଙ୍କି ପାଣ୍ଡେ ଭଳି କଳାକାର ଅଛନ୍ତି। ଏସବୁ ସତ୍ତ୍ୱେ ପ୍ରଭାସ ଏବଂ ନୀଲ ନୀତିନ ମୁକେଶଙ୍କ ଅଭିନୟ ସବୁ କିଛି ଫିକା କରିଦେଇଛି। କାହାଣୀଟି ଅନେକ ଗୁଡ଼ିଏ ଟୁଇଷ୍ଟ ଏବଂ ଟର୍ଣ୍ଣ ଦେଇ ଗତି କରୁଥିବାରୁ ପ୍ରଭାସଙ୍କ ପ୍ରଶଂସକଙ୍କୁ କିଛି ସମୟ ବାନ୍ଧି ରଖୁଛି। ହେଲେ ମୋଟାମୋଟି ଦେଖିବାକୁ ଗଲେ ଫିଲ୍ମଟି ଏତେ ଭଲ ହୋଇନାହିଁ ବୋଲି କୁହାଯାଉଛି।

Share