ଦର୍ଶକଙ୍କୁ ପସନ୍ଦ ଆସୁଛି ‘ମଲଙ୍ଗ’

ଆଦିତ୍ୟ ରୟ କାପୁର ଓ ଦିଶା ପଟାନୀଙ୍କ ଷ୍ଟାରର୍‌ ଫିଲ୍ମ ‘ମଲଙ୍ଗ’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଛି। ‘ମଲଙ୍ଗ’ରେ ଆଦିତ୍ୟଙ୍କୁ ପୂରା ଦମଦାର ଅନ୍ଦାଜରେ ଦେଖିବାକୁ ମିଳିଛି। ଦିଶାଙ୍କ ଅଭିନୟ ସହ ଡ୍ୟାନ୍ସ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଛି। ଫିଲ୍ମଟିରେ ଆଦିତ୍ୟ ଓ ଦିଶା ମିଶି ବଦଲା ନେଇଛନ୍ତି। ଏଥିରେ ଅନୀଲ କପୁରଙ୍କୁ ଜଣେ ପୋଲିସ ଅଫିସର୍‌ ଭୂମିକାରେ ଦେଖିବାକୁ ମିଳିଛି। ହାତରେ ବନ୍ଧୁକ ଧରି ସେ ଜବରଦସ୍ତ ଆକ୍ସନ ଦେଖାଇଛନ୍ତି। ତାଙ୍କ ବ୍ୟତୀତ କୁନାଲ ଖେମୁ ମଧ୍ୟ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ରିଲିଜର ପ୍ରଥମ ଦିନରେ ୬ କୋଟି ଟଙ୍କା ଆୟ କରିଥିବାବେଳେ ଦ୍ୱିତୀୟ ଦିନରେ ୫ କୋଟି କମାଇଛି। ଫିଲ୍ମକୁ ଦର୍ଶକଙ୍କଠାରୁ ଭଲ ରେସ୍ପନ୍ସ ମିଳିଥିବା ବେଳେ ସିନେ ସମୀକ୍ଷକମାନେ ଫିଲ୍ମକୁ ପ୍ରଶଂସା କରିଥିଲେ।

Share