ଦର୍ଶକଙ୍କୁ ହସାଉଛି ଅକ୍ଷୟଙ୍କ ‘ହାଉସଫୁଲ-୪’: ପ୍ରଶଂସକ କହିଲେ ଦୀପାବଳି ଉପହାର

ମୁମ୍ବାଇ: ପରଦାରେ ମଲ୍ଟିଷ୍ଟାରର୍‌ ଫିଲ୍ମ ‘ହାଉସ୍‌ଫୁଲ୍‌-୪। ଚଳଚ୍ଚିତ୍ରର ଟ୍ରେଲର୍‌ ଏବଂ ଗୀତକୁ ନେଇ ଦର୍ଶକଙ୍କ ମନରେ ପ୍ରଥମରୁ ଉତ୍ସାହ ରହିଥିଲା। ଏବେ ସିନେମା ରିଲିଜ ହେବା ପରେ ଅକ୍ଷୟ ଏବଂ ଅନ୍ୟ କଳାକାରଙ୍କ ଅଭିନୟ ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସୁଛି। ଏହା ଏକ କମେଡି ଫିଲ୍ମ ହୋଇଥିବା ହେତୁ ଲୋକମାନେ ହସି ହସି ବେଦମ ହେଉଥିବା ପ୍ରଶଂସକମାନେ ପ୍ରତିକ୍ରିୟା ରଖିଛନ୍ତି। ଅନେକେ ଟୁଇଟର୍‌ ବ୍ୟବହାରକାରୀ ଫିଲ୍ମକୁ ଦମ୍‌ଦାର ଏବଂ ଶାନ୍‌ଦାର ବୋଲି କହୁଥିବା ବେଳେ କେହି ଦିପାବଳୀ ଉପହାର ବୋଲି ମଧ୍ୟ କହୁଛନ୍ତି। ଚଳିତ ବର୍ଷର ଏହା ଶ୍ରେଷ୍ଠ କମେଡି ଚଳଚ୍ଚିତ୍ର ବୋଲି କୁହାଯାଉଛି। ଆଗକୁ ଦୀପାବଳି ଆସୁଥିବାରୁ ଛୁଟିଦିନରେ ଫିଲ୍ମଟି ଭଲ ବ୍ୟବସାୟ କରିବ ବୋଲି ନିର୍ମାତାମାନେ ଆଶା କରିଛନ୍ତିି।

ଫିଲ୍ମରେ ଅକ୍ଷୟଙ୍କ ବ୍ୟତିତ ରିତେଶ ଦେଶମୁଖ, ବବି ଦେଓଲ, କୀର୍ତ୍ତି ଶାନନ୍‌, କୀର୍ତ୍ତୀ ଖରବନ୍ଦା, ପୂଜା ହେଗଡେ ପ୍ରମୁଖ ଅଭିନୟ କରିଛନ୍ତି। ସେମାନଙ୍କ ବ୍ୟତିତ ବୋମନ ଇରାନୀ, ଚଙ୍କି ପାଣ୍ଡେ, ଜନି ଲିଭର, ରାଣା ଦୁଗ୍ଗୁବତୀଙ୍କ ଭଳି କଳାକାର ମଧ୍ୟ ରହିଛନ୍ତି। ଏହାର ନିର୍ଦ୍ଦେଶନା ଭାର ଫରହାଦ ଶାମଜୀ ସମ୍ଭାଳିଥିବା ବେଳେ ନାଦିଆବାଲା ଗ୍ରାଣ୍ଡସନ୍‌ସ ଏଣ୍ଟରଟେନ୍‌ମେଣ୍ଟ ପ୍ରଯୋଜନା କରିଛି।

Share