ଦର୍ଶକ ମୋ ପାଇଁ ସବୁକିଛି

”ଶେଖର! ତୁମେ ଜାଣିନ, ମୋ ଭାଇକୁ ମୁଁ କେତେ ଭଲ ପାଏ। ତୁମ ସହ ଯିବା ତ ଅଲଗା କଥା, ଯଦି ଭଗବାନ ଆସି ମୋତେ ତାଙ୍କ ସହ ଯିବାକୁ କହନ୍ତି, ତେବେ ମୋ ଭାଇକୁ ଛାଡ଼ି ଯାଇପାରିବି ନାହିଁ।“ ଏପରି ଏକ ଭାବପ୍ରବଣ ଡାଏଲଗ ମାନସପଟକୁ ଆସିଲେ ସ୍ବତଃ ମନେପଡ଼ିଯାଏ ଅପେରା ଜଗତର ଅନ୍ୟତମ ସୁପରହିଟ୍‌ ନାଟକ ତଥା ଶିବାନୀ ଗଣନାଟ୍ୟ ପରିବେଷିତ ‘ମୋ ପେଁକାଳି ବଜେଇ ଦେ’ (ରଚନା-ଅନନ୍ତ ଓଝା, ନିର୍ଦ୍ଦେଶନା-ରମେଶ ମହାନ୍ତି, ସଙ୍ଗୀତ-ମନ୍ମଥ ମିଶ୍ର) କଥା। ଏହାର ଭାଇ ଚିନ୍ମୟ ଜଗଦ୍ଦେବ ଏବଂ ଭଉଣୀ ସସ୍ମିତା ଜଗଦ୍ଦେବ ଓରଫ ମିତା ଚରିତ୍ର ଏବେ ମଧ୍ୟ ଯାତ୍ରାପ୍ରେମୀଙ୍କ ମନରେ ସତେଜ ହୋଇ ରହିଛି। ଭାଇ ଭୂମିକାରେ ଲୋକପ୍ରିୟ ଅଭିନେତା କୈଳାସ ବେହେରାଙ୍କୁ ସେତେବେଳେ ଏହି ନାଟକ ରାତାରାତି ଷ୍ଟାର ବନେଇ ଦେଇଥିଲା। ବାକି ରହିଲା ଭଉଣୀ ଭୂମିକାରେ ସୁକାନ୍ତି ପାଢ଼ୀଙ୍କ କଥା। ଏଥିରେ ତାଙ୍କର ଜୀବନ୍ତ ଅଭିନୟ ଦର୍ଶକଙ୍କ ହୃଦୟରେ ତାଙ୍କ ପାଇଁ ସୃଷ୍ଟି କରିଥିଲା ସ୍ବତନ୍ତ୍ର ପରିଚୟ। ଅପେରା ଜଗତରେ ଦୀର୍ଘ ୩୦ ବର୍ଷର ମାରାଥନ୍‌ ଯାତ୍ରା ପରେ ଏବେ ବି ସେହି ନାଟକର ଅବିସ୍ମରଣୀୟ ସ୍ମୃତିଗୁଡ଼ିକୁ ରୋମନ୍ଥନ କରନ୍ତି ସୁକାନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ବିଶ୍ୱ ଦରବାରରେ ସ୍ବାମୀ ତଥା ଅଭିନେତା ଗୌର ପାଢ଼ୀଙ୍କ ସହ ନିଜର ଅଭିନୟ ଜାରି ରଖିଥିବା ଏହି ବର୍ଷିୟାନ ଅଭିନେତ୍ରୀ କହନ୍ତି, ‘ମୋ ପେଁକାଳି ବଜେଇ ଦେ’ ନାଟକ ମୋ ଅଭିନୟ କ୍ୟାରିୟରର ଏକ ମାଇଲ ଖୁଣ୍ଟ। ମଞ୍ଚ ଉପରୁ ଅଭିନୟ ସାରି ଫେରିବା ପରେ ଅନେକ ଦର୍ଶକ ମୋତେ ଦେଖିବାକୁ ଅପେକ୍ଷା କରି ରହିଥାଆନ୍ତି। ତାଙ୍କ ସହ କଥା ହେବା ବେଳେ ମୁଁ ଅଧିକାଂଶ ସମୟରେ ଭାବପ୍ରବଣ ହୋଇପଡ଼େ। କେତେକ ଦର୍ଶକ ମଧ୍ୟ ମୋତେ ଭେଟି ଶୁଭେଚ୍ଛା ଜଣାଇବାକୁ ମୋ ରୁମ୍‌କୁ ଆସିଛନ୍ତି। ସେଭଳି ସ୍ମୃତିଗୁଡ଼ିକ ମୋ ମନରେ ସବୁଦିନ ପାଇଁ ସତେଜ ହୋଇ ରହିବ।’ ଏହାବ୍ୟତୀତ ‘ଫୁଲ ବଉଳବେଣୀ’, ‘ବାଜି ମାରିଲେ ହାରିବ’, ‘ଫଗୁଣ ଦେଇଛି ପହିଲି ଚିଠି’, ‘ମିତା ମହାନ୍ତି ମିଛ କହନ୍ତି’ ଆଦି ଅନେକ ନାଟକ ସୁକାନ୍ତିଙ୍କ ଅଭିନୟ କ୍ୟାରିୟରକୁ ଆଗକୁ ଆଗେଇ ନେବାରେ ଯଥେଷ୍ଟ ସହାୟକ ହୋଇଥିଲା। ନିଜ ଗଁାରେ ପରିବେଷିତ ନାଟକ ପୂର୍ବରୁ ଅନୁଷ୍ଠିତ ନୃତ୍ୟନାଟିକା ‘କଂସ ବଧ’ରେ ରାଧା ଚରିତ୍ରରୁ ତାଙ୍କର ଆରମ୍ଭ ହୁଏ ଅଭିନୟ ଜୀବନ। ବେଶ୍‌ କେତୋଟି ନାଟକରେ ନାୟିକା ସାଜି ନାୟିକା ତାଲିକାର ଶୀର୍ଷରେ ରହିଥିବା ଏହି ଅଭିନେତ୍ରୀ ଏବେ ମା’ ଭୂମିକାରେ ଅଭିନୟ କରୁଛନ୍ତି। ଚଳିତ ଯାତ୍ରା ସିଜନରେ ଅପେରା ବିଶ୍ୱ ଦରବାର ପରିବେଷିତ ନାଟକ ‘ଆକାଶ କଇଁଆ ଚିଲିକା ମାଛ’, ‘ତମ କଥା ଭାରି ମନେପଡୁଛି’ ଏବଂ ‘ବର୍ଷା ରାତିର ସାଥୀ’ରେ ତାଙ୍କର ଅଭିନୟ ଦର୍ଶକଙ୍କୁ ବେଶ୍‌ ପ୍ରଭାବିତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗା-ଶୋଭିତାଙ୍କ ଲଭ୍‌ଷ୍ଟୋରି

ହାଇଦ୍ରାବାଦ: ଆଉ ଦିନ କେଇଟାର ଅପେକ୍ଷା। ପ୍ରେମିକା ଶୋଭିତା ଧୁଲିପାଲାଙ୍କ ହାତ ଧରିବେ ସାଉଥ୍‌ ସୁପରଷ୍ଟାର ନାଗା ଚୈତନ୍ୟ। ଇତିମଧ୍ୟରେ ବିବାହକୁ ନେଇ ପ୍ରସ୍ତୁତି ଅନ୍ତିମ...

ନାଗାର୍ଜୁନଙ୍କ ଯୋଗୁ ବିବାହର ବର୍ଷକ ପରେ ଶୋଭିତାଙ୍କୁ ଭେଟିଥିଲେ ନାଗା ଚେତନ୍ୟ, ଏବେ ହେଲା ଖୁଲାସା…

ହାଇଦ୍ରାବାଦ: ଆଉ ଦିନ କେଇଟାର ଅପେକ୍ଷା। ପ୍ରେମିକା ଶୋଭିତା ଧୁଲିପାଲାଙ୍କ ହାତ ଧରିବେ ସାଉଥ୍‌ ସୁପରଷ୍ଟାର ନାଗା ଚେତନ୍ୟ। ଇତିମଧ୍ୟରେ ବିବାହକୁ ନେଇ ପ୍ରସ୍ତୁତି ଅନ୍ତିମ...

ଛାଡପତ୍ର ଚର୍ଚ୍ଚାକୁ ନେଇ ଶେଷରେ ମୁହଁ ଖୋଲିଲେ ଅମିତାଭ ବଚ୍ଚନ, କହିଲେ ସେ ଯାହା ଇଚ୍ଛା…

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ-ଅଭିଷେକ ବଚ୍ଚନଙ୍କ ଛାଡପତ୍ରର ଗୁଜବ ଥମିବାର ନାଁ ନେଉନାହିଁ। ଗୁଜବ ଚର୍ଚ୍ଚା ଏତେ ଜୋରେ ବଢିବା ପରେ ମଧ୍ୟ ଦୁହେଁ ଏନେଇ ମୁହଁ...

ବ୍ୟାନ୍‌ ହେବ ପୁଷ୍ପା-୨! ରିଲିଜ୍‌ ପୂର୍ବରୁ ବିବାଦରେ ଛନ୍ଦି ହେଲା ଅଲ୍ଲୁଙ୍କ ଫିଲ୍ମ

ମୁମ୍ବାଇ: ସାଉଥ ସୁପରଷ୍ଟାର ଅଲୁ ଅର୍ଜୁନଙ୍କ ଆଗାମୀ ଚଳଚ୍ଚିତ୍ର ‘ପୁଷ୍ପା: ଦ ରୁଲ’ ରିଲିଜ୍‌ ହେବା ପୂର୍ବରୁ ବିବାଦରେ ଛନ୍ଦି ହୋଇଯାଇଛି। ଫିଲ୍ମର ଦର୍ଶକ ଦୀର୍ଘ...

ଡିସିପି ଅଫିସ ସମ୍ମୁଖରେ ମୁହାଁମୁହିଁ ହେଲେ ଦୁଇ ଅଭିନେତା

ଭୁବନେଶ୍ୱର,୨୨।୧୧: ଥମୁନି ଅଭିନେତାଙ୍କ କଳି। ଡିସିପି ଅଫିସ ଆଗରେ ଶୁକ୍ରବାର ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଅଭିନେତା ମନୋଜ ମିଶ୍ର ଏବଂ ବବି ଇସଲାମ୍‌...

ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ଚହଲଙ୍କ ସ୍ତ୍ରୀ

ନୂଆଦିଲ୍ଲୀ,୨୨।୧୧: କ୍ରିକେଟର୍‌ ୟୁଜଭେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ଏକ ନୂଆ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି। ସେ ଖୁବ୍‌ଶୀଘ୍ର ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଡେବ୍ୟୁ...

ଛାଡପତ୍ର ପରେ ପ୍ରଥମଥର ଏମିତି ପୋଷ୍ଟ କରି ଖୁସିବ୍ୟକ୍ତ କଲେ ଏ.ଆର ରେହମାନ

ମୁମ୍ବାଇ, ୨୨।୧୧: ବିବାହର ୨୯ ବର୍ଷ ପରେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏ.ଆର୍‌. ରେହମାନଙ୍କଠାରୁ ତାଙ୍କ ସ୍ତ୍ରୀ ସାଇରା ଅଲଗା ହୋଇଛନ୍ତି। ଅଲଗା ହେବା ପରେ...

ସ୍ବରକୁ ବଢ଼ାଏ ସଙ୍ଗୀତ: ରୁମିତ୍‌ ଓ୍ବାଲିଆ

ଭାରତର ଲୋକପ୍ରିୟ ଏବଂ ପରିବେଶ ସଚେତନଧର୍ମୀ ବ୍ୟାଣ୍ଡ ମଧ୍ୟରେ ‘ବିରାହ’ ଅନ୍ୟତମ। ଏହି ବ୍ୟାଣ୍ଡର ନିଜସ୍ବ ପରିବେଷଣ ଶୈଳୀ ସାରା ଦେଶରେ ସଙ୍ଗୀତପ୍ରେମୀଙ୍କୁ ଅନେକ ବର୍ଷ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri