ଦର୍ଶକ ମୋ ପାଇଁ ସବୁକିଛି

‘ସିନେମାଟିଏ ନିର୍ଦ୍ଦେଶନା ଦେବା ପୂର୍ବରୁ ମୁଁ ସବୁବେଳେ ଦର୍ଶକଙ୍କ ମାନସିକତାକୁ ଗୁରୁତ୍ୱ ଦିଏ। କାରଣ ଗୋଟିଏ ଚଳଚ୍ଚିତ୍ରର ଭାଗ୍ୟବିଧାତା ହେଉଛନ୍ତି ଦର୍ଶକ। ସେମାନଙ୍କୁ ବାଦ୍‌ ଦେଇ ସିନେମାଟି ନିର୍ମାଣ କରିବାକୁ ଚିନ୍ତା କଲେ ଫଳ ଭିନ୍ନ ହୋଇଥାଏ ବୋଲି କହନ୍ତି ନିର୍ଦ୍ଦେଶକ ନିରଞ୍ଜନ ବେହେରା।’ ତାଙ୍କ ନିର୍ଦ୍ଦେଶିତ ପ୍ରଥମ ସିନେମା ଥିଲା ‘ଆଣ୍ଟି ନମସ୍କାର’, ଯେଉଁଥିରେ ଶ୍ରୀତମ୍‌ ଦାସ ଏକ ଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି। ତା’ପରେ ‘ଯୋଗୀ’, ‘ପ୍ରେମ ପାଇଁ ମହାଭାରତ’ ଏବଂ ରିଲିଜ ଅପେକ୍ଷାରେ ଥିବା ‘ହିରୋ ନମ୍ବର ଜିରୋ’ ଓ ଶୁଟିଂ ଚାଲିଥିବା ‘ଫ୍ଲପ ସିନେମା’। ନିଜର ଭବିଷ୍ୟତ ଯୋଜନା ବିଷୟରେ ସେ କହନ୍ତି, ‘ଏକ ଚଳଚ୍ଚିତ୍ରର କାହାଣୀ ଦମ୍‌ଦାର ହେବା ଆବଶ୍ୟକ। ତେଣୁ ମୋ ନିର୍ଦ୍ଦେଶିତ ସିନେମାର କାହାଣୀରେ ସବୁବେଳେ ଭିନ୍ନତା ରଖିଥାଏ। ଭବିଷ୍ୟତରେ ଏକ ଦେଶାତ୍ମବୋଧକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବାକୁ ଇଚ୍ଛା ରହିଛି।’ ତେବେ ଜଣେ ନିର୍ଦ୍ଦେଶକ ଭାବରେ ନିରଞ୍ଜନ କେତେ ମାଇଲେଜ ନେଉଛନ୍ତି ତାହା ସମୟ ହିଁ କହିବ।

Share