ଦଳବଦଳ କରିଥିବା ପ୍ରାର୍ଥୀଙ୍କ ବଢ଼ୁଛି ଟେନ୍‌ସନ

ବ୍ରହ୍ମପୁର ଅଫିସ,୧୮ା୫-ଆସନ୍ତା ୨୩ରେ ଭୋଟଗଣତି ସହ ଫଳାଫଳ ଘୋଷଣା କରାଯିବ। ତେବେ କିଏ ଜିତିବ ଓ କିଏ ହାରିବ ସେ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଅନ୍ୟପକ୍ଷରେ ବହୁ ବର୍ଷ ହେବ ଏକ ନିର୍ଦ୍ଧିଷ୍ଟ ଦଳର ଚିହ୍ନରେ ନିର୍ବାଚନ ଲଢ଼ିଥିବା ଓ ୨୦୧୯ ନିର୍ବାଚନ ବେଳକୁ ଦଳବଦଳ କରି ଆଉ ଏକ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀଙ୍କ ହାରଜିତ ନେଇ ଅଙ୍କକଷା ସାଙ୍ଗକୁ ଟେନସନ୍‌ ବଢ଼ିବାରେ ଲାଗିଛି। ସେମାନଙ୍କ ସମର୍ଥକମାନେ ମଧ୍ୟ ଦ୍ୱନ୍ଦ୍ୱର ଅଛନ୍ତି।
ଗଞ୍ଜାମ ଜିଲାର ବ୍ରହ୍ମପୁର ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଧିକ ଚାଲିଛି ରାଜନୈତିକ ଚର୍ଚ୍ଚା।
ରେଶମ ସହର ବ୍ରହ୍ମପୁରରେ ଚନ୍ଦ୍ରଶେଖର (ଶେଖର) ସାହୁ ଦୀର୍ଘ ୩ ଦଶନ୍ଧି ହେବ ହାତ ଚିହ୍ନରେ ନିର୍ବାଚନ ଲଢ଼ୁଥିଲେ। ୧୯୯୨ ପୌର ନିର୍ବାଚନରେ ସିଧାସଳଖ ନଗରପାଳ ନିର୍ବାଚିତ ହେବାର ବ୍ୟବସ୍ଥା ହୋଇଥିଲା। କଂଗ୍ରେସର ହାତ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରି ସେ ସଫଳ ହୋଇଥିଲେ। ୨୦୦୪ ଲୋକସଭା ନିର୍ବାଚନରେ ମଧ୍ୟ କଂଗ୍ରେସର ହାତ ଚିହ୍ନରେ ଲଢ଼ି ଏମ୍‌ପି ହେବା ପରେ କେନ୍ଦ୍ର ପ୍ରଥମ ଉପା ସରକାରରେ ମନ୍ତ୍ରୀ ପଦ ପାଇଥିଲେ। ମାତ୍ର ୨୦୦୯ ଓ ୨୦୧୪ ଲୋକ ସଭା ନିର୍ବାଚନରେ ହାତ ଚିହ୍ନରେ ଲଢ଼ି ଦୁଇଥର ବିଜେଡି ପ୍ରାର୍ଥୀଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ଚଳିତ ବର୍ଷ ନିର୍ବାଚନର ବର୍ଷକ ପୂର୍ବରୁ ଶେଖର କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେଲେ ଏବଂ ଲୋକ ସଭା ନିର୍ବାଚନ ପାଇଁ ଟିକେଟ ପାଇଲେ। ଦଳ ବଦଳ ପରେ ଶଙ୍ଖ ଚିହ୍ନ ନେଇ ପ୍ରଚାର କଲେ। ତେବେ ବହୁ ଦଶନ୍ଧି ଧରି ଶେଖରଙ୍କ ହାତ ଚିହ୍ନ ସମ୍ପର୍କରେ କେବଳ ବ୍ରହ୍ମପୁର ନୁହେଁ ଲୋକସଭା କ୍ଷେତ୍ରର ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ଅବଗତ ଥିଲେ। ନିର୍ବାଚନର କିଛି ମାସ ତଳୁ ତାଙ୍କ ଚିହ୍ନ ବଦଳ ସବୁ ବର୍ଗର ଲୋକେ ଜାଣି ପାରି ନ ଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଭାବେ ଇ. ଚନ୍ଦ୍ର ଶେଖର ନାଇଡ଼ୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ବିଜେଡି ଓ କଂଗ୍ରେସର ଚନ୍ଦ୍ରଶେଖର ବନାମ ଚନ୍ଦ୍ରଶେଖରଙ୍କୁ ନେଇ ଭୋଟର ଦ୍ୱନ୍ଦ୍ୱରେ ପଡ଼ିଥିଲେ। ମତଦାନର ମାସାଧିକ ସମୟ ବିତିଛି। ଫଳାଫଳ ଘୋଷଣା ନିକଟତର ହୋଇଥିବାରୁ କାହାର ଜିତାପଟ ସେନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। କେତେକ ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଓ ଗରିବ ବସ୍ତିବାସିନ୍ଦା ଶେଖର ସାହୁଙ୍କ ହାତ ଚିହ୍ନ ବୋଲି କହୁଥିବାରୁ କ୍ରସ ଭୋଟିଂ ହୋଇଥାଏପାରେ ବୋଲି ଆଶଙ୍କା କରାଯାଇଛି।
ସେହିପରି ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପକ୍ଷରେ ମଧ୍ୟ ସମାନ ଅବସ୍ଥା।
୨୦୦୦ରୁ ୨୦୧୪ ସୁଦ୍ଧା ହୋଇଥିବା ୪ ନିର୍ବାଚନରେ ବିକ୍ରମ କଂଗ୍ରେସରୁ ଲଢ଼ି ଲଗାତର ପରାସ୍ତ ହୋଇଥିଲେ। ସେ ମଧ୍ୟ ବର୍ଷକ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଲେ। ଏହି ଆସନରୁ ୫ଥର ବିଧାୟକ ହୋଇଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କାଟିଥିଲେ ବିଜେଡି ସୁପ୍ରିମୋ। ଚ୍ୟାଉ ପଟ୍ଟନାୟକଙ୍କ ବଦଳରେ ବିକ୍ରମ ବିଜେଡି ପ୍ରାର୍ଥୀ ଭାବେ ଲଢ଼ିଛନ୍ତି। ଦୁଇ ଦଶନ୍ଧି ହେବ କଂଗ୍ରେସରୁ ଲଢ଼ିଥିବା ପଣ୍ଡା ବିଜେଡିର ନୂଆ ପ୍ରାର୍ଥୀ। ସହରାଞ୍ଚଳ ଭୋଟର ତାଙ୍କୁ କିଭଳି ସମର୍ଥନ କରିଛନ୍ତି ଏବଂ ନୂଆ ଚିହ୍ନ ପ୍ରତି ସଚେତନ ଅଛନ୍ତି କି ନାହିଁ ଆସନ୍ତା ଗୁରୁବାର ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରୁ ମାର୍ଶାଲ ଆର୍ଟ ରହିଛି’

ଭଞ୍ଜନଗର,୨୬ା୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୮ଦିନ ବ୍ୟାପୀ ଚାଲିଥିବା ଯୁକ୍ତ ୩ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶନିବାର...

ଇଞ୍ଜିନିୟରଙ୍କ ସନ୍ଦେହଜନକ ମୃତ୍ୟୁ: ଭଉଣୀ ଘରକୁ ଯାଇ ରାତିରେ …

ଦିଗପହଣ୍ଡି,୨୬।୪(ଅଶେଷନାଥ ମିଶ୍ର): ଦିଗପହଣ୍ଡି ବ୍ଲକ କଇଠଡ଼ା ପଞ୍ଚାୟତ ଗୁଣ୍ଠପଡ଼ା ଗ୍ରାମର ଇଂ. ଏ ଏଣ୍ଡୁପାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଶନିବାର ମଧ୍ୟାହ୍ନରେ ଦିଗପହଣ୍ଡି ପୋଲିସ ବ୍ରହ୍ମପୁର...

ଶ୍ରମିକ ଦିବସ ପାଳନ ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଆଲୋଚନା

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ମେ’ ୧ରେ ଅନ୍ତର୍ଜାତୀୟ ଶ୍ରମିକ ଦିବସ ପାଳନ ନିମନ୍ତେ ଏକ ପ୍ରସ୍ତୁତି...

କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଚୋରି: ସିସିଟିଭି ରୁ ….

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅର୍ନ୍ତଗତ କୁଲାଡ ବ୍ୟାଘ୍ରଦେବୀ ମନ୍ଦିରରୁ ଶୁକ୍ରବାର ରାତିରେ ଚୋରି ହୋଇଛି। ଦେବୀଙ୍କ ୩୫ ଟି ରୂପା ଆଖି,...

୪ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର ପରେ ହତ୍ୟା: ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ, ସ୍ଥିତି ଅନୁଧ୍ୟାନ କଲେ ବିଧାୟକ

ଦିଗପହଣ୍ଡି,୨୬ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମଶରେ ଘଟିଛି ଲଜ୍ଜାଜନକ ତଥା ହୃଦୟ ବିଦାରକ ଘଟଣା। ଶୁକ୍ରବାର ସନ୍ଧ୍ୟାରୁ ନିଖୋଜ ଥିବା...

ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା: ଦୃଷ୍ଟାନ୍ତମୂଳକ କାର୍ଯ୍ୟନୁଷ୍ଠାନ ନେବାକୁ ଦାବି

ଭଞ୍ଜନଗର,୨୬।୪(ବାବୁଲା ପ୍ରଧାନ): ଜମ୍ମୁ କଶ୍ମୀରର ପହଲଗାମଠାରେ ଆତଙ୍କବାଦୀମାନେ ଅତି ନିର୍ମମ ଭାବେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ। ଏବେବି ଅନେକ ଆହତ ସେନା ହସ୍ପିଟାଲରେ...

କାମୁଡ଼ିଦେଲା ପୋଷା କୁକୁର, ଦୁଇ ପରିବାର ଭିତରେ ମାର୍‌ପିଟ୍‌ ହୋଇ ୫ ଆହତ

ଖଲ୍ଲିକୋଟ,୨୫।୪(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଓଡ଼ିଆ ଆଲପୁର ଗ୍ରାମରେ ପୋଷା କୁକୁର କାମୁଡିବାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ...

ବନ୍ଦଘରୁ ମିଳିଲା ଯୁବକଙ୍କ ମୃତଦେହ

ଦିଗପହଣ୍ଡି,୨୫।୪ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସାହସପୁର ପଞ୍ଚାୟତ ହାଟପଦା ଗ୍ରାମର ବନ୍ଦଥିବା ଘରୁ ଜଣେ ଯୁବକଙ୍କ ଗଳିତ ମୃତଦେହ ଶୁକ୍ରବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image