Categories: ଜାତୀୟ

ଦଳରେ ନେତୃତ୍ୱ ପ୍ରସଙ୍ଗର ସମାଧାନ ଜରୁରୀ: ଥରୁର

ନୂଆଦିଲ୍ଲୀ, ୨୪ା୨(ପି.ଟି.): ଦେଶର ସର୍ବପୁରାତନ ଦଳ କଂଗ୍ରେସ ଏବେ ମଙ୍ଗୁଆଳ ବିହୀନ ବୋଲି ସାଧାରଣରେ ଧାରଣା ସୃଷ୍ଟି ହୋଇଥିବାରୁ ଏହାକୁ ଦୂର କରିବା ଲାଗି ନେତୃତ୍ୱ ପ୍ରସଙ୍ଗର ସମାଧାନକୁ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ବରିଷ୍ଠ ନେତା ଶଶୀ ଥରୁର ରବିବାର କହିଛନ୍ତି। ଅନିଶ୍ଚିତତା ଦୂର କରି ଦଳକୁ ପୁଣିଥରେ ସୁଦୃଢ଼ କରିବା ପାଇଁ ଦୀର୍ଘମିଆଦୀ ଅଧ୍ୟକ୍ଷ ଜରୁରୀ ବୋଲି ସେ ମତ ଦେଇଛନ୍ତି। ଯଦି ରାହୁଲ ଗାନ୍ଧୀ ଅଧ୍ୟକ୍ଷ ପଦକୁ ଫେରିବାକୁ ଚାହଁୁଥାନ୍ତି ତେବେ ଏଥିପାଇଁ ତୁରନ୍ତ ନିଷ୍ପତ୍ତି ନେବା ଆବଶ୍ୟକ। ଯଦି ସେ ପୂର୍ବ ନିଷ୍ପତ୍ତିରେ ଅଟଳ ରହନ୍ତି ତେବେ ଦଳକୁ ଜଣେ ସକ୍ରିୟ ଓ ପୂର୍ଣ୍ଣକାଳୀନ ନେତା ବାଛିବାକୁ ହେବ ବୋଲି ଥରୁର କହିଛନ୍ତି।

Share