Categories: ଜାତୀୟ

ଦଳର ଏକମାତ୍ର ବିଧାୟକଙ୍କ ଇସ୍ତଫା

ଚଣ୍ଡିଗଡ଼,୨୭।୧: ନୂତନ କୃଷି ଆଇନ ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ କରୁଥିବା କୃଷକମାନଙ୍କୁ ସମର୍ଥନକରି ଭାରତୀୟ ଜାତୀୟ ଲୋକଦଳ(ଆଇଏନ୍‌ଏଲ୍‌ଡି) ନେତା ଅଭୟ ସିଂ ଚୌଟାଲ ବୁଧବାର ହରିୟାଣା ବିଧାନସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ନୂଆଦିଲ୍ଲୀରେ ମଙ୍ଗଳବାର ହୋଇଥିବା ହିଂସାର ଗୋଟିଏ ଦିନ ପରେ ତାଙ୍କ ଇସ୍ତଫାପତ୍ର ବାଚସ୍ପତି ଜିଆନ ଚାନ୍ଦ ଗୁପ୍ତାଙ୍କୁ ପ୍ରଦାନ କରିଛନ୍ତି। ବାଚସ୍ପତି ଏହାକୁ ଗ୍ରହଣ କରିଛନ୍ତି। କୃଷକଙ୍କ ଦାବି ପୂରଣ ହୋଇ ନ ଥିବାରୁ ସେ ଇସ୍ତଫା ଦେଇଥିବା ଏଥିରେ ଉଲ୍ଲେଖ କରିଛନ୍ତି। ଏହାପୂର୍ବରୁ ଅଭୟ ଜାନୁୟାରୀ ୨୬ ସୁଦ୍ଧା କୃଷକଙ୍କ ସମସ୍ୟାର ସମାଧାନ ନ ହେଲେ ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ଘୋଷଣା କରିଥିଲେ। ୫୭ ବର୍ଷୀୟ ଅଭୟ ଦଳର ଏକମାତ୍ର ବିଧାୟକ ଥିଲେ। ସେ ଏଲେନାବାଦ ଆସନରୁ ପ୍ରତିନିଧିତ୍ୱ କରିଥିଲେ।

Share