ଦଳାଚକଟାରେ ୧୩ ଶିଶୁଙ୍କ ଜୀବନ ଗଲା

ନାଇରୋବି,୪ା୨: କେନିଆର ଏକ ପ୍ରାଥମିକ ବିଦ୍ୟାଳୟରେ ଦଳାଚକଟା ଘଟି ୧୩ ଶିଶୁଙ୍କ ପ୍ରାଣହାନି ଘଟିଛି। ଏଥିରେ ଅନ୍ୟ ୨୦ ଜଣ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୋମବାର ଅପରାହ୍ନରେ କାକମେଗା ପ୍ରାଥମିକ ସ୍କୁଲ ଛୁଟି ହେଲାବେଳେ ପିଲାମାନଙ୍କ ମଧ୍ୟରେ ଠେଲାପେଲାରୁ ଏଭଳି ଅଭାବନୀୟ ଘଟଣା ଘଟିଥିଲା। ଏହି ହୃଦୟ ବିଦାରକ ଘଟଣାରେ ଉକ୍ତ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଇଲା ଓଡିଙ୍ଗା ଏହି ଦୁଃଖଦ ଘଟଣାକୁ ନେଇ ଶୋକବ୍ୟକ୍ତ କରିବା ସହ ପିଲାମାନଙ୍କ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି।

Share