ଦଳିତ ସମ୍ପ୍ରଦାୟର ବରଙ୍କ ଘୋଡା ଚଢାକୁ ବିରୋଧ: ପୋଲିସ ସହାୟତାରେ ବାହାରିଲା ବରଯାତ୍ରୀ

ବନାସକାଂଠା,୧୭।୨: ଦୀର୍ଘ ୭୩ ବର୍ଷ ହେବ ଦେଶ ସ୍ବାଧିନ ହୋଇଥିବା ବେଳେ ଏପର୍ଯ୍ୟନ୍ତ ଅନେକଙ୍କ ମନରୁ ଉଚ୍ଚନିଚ ମନୋଭାବ ଦୂର ହୋଇନାହିଁ। ଗୁଜରାଟର ବନାସକାଂଠା ଜିଲାରେ ଜଣେ ଦଳିତ ସମ୍ପ୍ରଦାୟର ବର ଘୋଡା ଚଢି ବିବାହ ପାଇଁ ଯିବାକୁ ବାହାରିବାରୁ ଏହାକୁ ବିରୋଧ କରାଯାଇଥିଲା। ଏହାକୁ ନେଇ ଦୁଇ ପକ୍ଷ ମଧ୍ୟରେ ଫଥର ଫିଙ୍ଗା ପର୍ଯ୍ୟନ୍ତ କଥା ଯାଇଥିବା ସୂଚନା ମିଳିଛି। ସନ୍ଦିପାଡା ଗାଁର ଜଣେ ଦଳିତ ସମ୍ପ୍ରଦାୟର ଯୁବକ ଘୋଡା ଚଢି ବରଯାତ୍ରୀ ସହ ବିବାହ ମଣ୍ଡପ ଯିବା ସମୟରେ ଅନ୍ୟ ସମ୍ପ୍ରଦାୟର କେତେକ ଲୋକେ ଏମାନଙ୍କ ଉପରକୁ ପଥରମାଡ କରିଥିଲେ। ଘଟଣା ସମ୍ପର୍କରେ ପୋଲିସକୁ ଜଣାଇବା ପରେ ପୋଲିସ ସହାୟତାରେ ବର ଘୋଡା ଚଢି ବିବାହ ମଣ୍ଡପ ପର୍ଯ୍ୟନ୍ତ ଯାଇଥିବା ଜଣାପଡିଛି। ବନାସକାଂଠା ଜିଲାର ଦଳିତ ସମାଜର ଅଧ୍ୟକ୍ଷ ଥିବା ଦଳପତଭାଇ ଭାଟିଆ କହିଛନ୍ତି ଏହା ସନ୍ଦିପାଡା ଗାଁର। ସେନାରେ କାର୍ଯ୍ୟରତ ଜଣେ ଯବାନ ଛୁଟି ନେଇ ନିଜ ବୈତୃକ ଗ୍ରାମରେ ବିବାହ କରିବାକୁ ଯାଉଥିବା ବେଳେ ଏଭଳି ଘଟଣା ଘଟିଥିବା ସେ କହିଛନ୍ତି।

Share