ତ୍ରିଶୁର,୨୯।୭: କେରଳର ତ୍ରିଶୁରଠାରେ ଥିବା ପିଡପ୍ଲୁଡି କାର୍ଯ୍ୟାଳୟ ସମ୍ମୁଖରେ ସିପିଆଇର ଦଳିତ ବିଧାୟିକା ଗୀଥା ଗୋପି ଶନିବାର ଧାରଣାରେ ବସିଥିଲେ। ସ୍ଥାନୀୟ ଅଞ୍ଚଳର ରାସ୍ତା ଅବସ୍ଥା ଶୋଚନୀୟ ଦର୍ଶାଇ ସେ ଧାରଣାରେ ବସିଥିଲେ। ତେବେ ଏଥିପ୍ରତି ଦୃଷ୍ଟି ଦେବାର ପ୍ରତିଶୃତି ମିଳିବା ପରେ ସେ ଧାରଣାରୁ ଉଠିଥିଲେ। ଏହାପରେ କଂଗ୍ରେସର କେତେଜଣ କର୍ମୀ ଗୀଥା ବସିଥିବା ସ୍ଥାନକୁ ଗୋବର ପାଣିରେ ଧୋଇଥିଲେ। ଏହାକୁ ନେଇ ଗୀଥା ପୋଲିସରେ ଅଭିଯୋଗ କରିବାରୁ ଘଟଣା ସାମ୍ନାକୁ ଆସିଛି। ସେଠାରେ ଥିବା ଯୁବ କଂଗ୍ରେସର ଅଧ୍ୟକ୍ଷ ଡିନ କୋରିଆକୋସେ ସୋମବାର କହିଛନ୍ତି ଯେଉଁମାନେ ଏଭଳି କାର୍ଯ୍ୟ କରିଛନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।