Categories: ଜାତୀୟ

ଦଳ ଓ ପରିବାରରେ ବିଭାଜନ ଦେଖାଦେଇଛି: ସୁଲେ

ମୁମ୍ବାଇ, ୨୪ା୧୧(ପି.ଟି.) : ମହାରାଷ୍ଟ୍ରରେ ରାତାରାତି ରାଜନୀତି ବଦଳିବା ଓ ଅଜିତ୍‌ ପାଓ୍ବାରଙ୍କ ସହଯୋଗରେ ଭାଜପା ନେତା ଦେବେନ୍ଦ୍ର ଫଡ୍‌ନବିସ୍‌ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଘଟଣାକୁ ଏନ୍‌ସିପି ମୁଖ୍ୟ ଶରଦ ପାଓ୍ବାରଙ୍କ ଝିଅ ସୁପ୍ରିୟା ସୁଲେ ସମାଲୋଚନା କରିଛନ୍ତି। ଅଜିତଙ୍କ ଏଭଳି ନିଷ୍ପତ୍ତି ଆମକୁ ଅପମାନିତ କରିଛି ବୋଲି ସେ କହିଛନ୍ତି। ଏନ୍‌ସିପି ଓ ସହଯୋଗୀ କଂଗ୍ରେସ ଶିବସେନାକୁ ସମର୍ଥନ କରିବା ନିଶ୍ଚିତ ହୋଇଥିବାବେଳେ ଅଜିତଙ୍କ ନେତୃତ୍ୱରେ କେତେଜଣ ବିଧାୟକ ଭାଜପା ଆଡ଼କୁ ଢଳିବା ପରିତାପର ବିଷୟ। ଏହାଦ୍ୱାରା ଦଳ ଓ ପରିବାରରେ ବିଭାଜନ ଦେଖାଦେଇଛି ବୋଲି ସୁଲେ ଉଲ୍ଲେଖ କରିଛନ୍ତି। ଏଭଳି ଧୋକା ଜୀବନରେ କେବେ ପାଇନାହିଁ ବୋଲି ସେ କହିବା ସହ ଏଭଳି ଧୋକାବାଜ୍‌ ଲୋକଙ୍କୁ ବିଶ୍ୱାସ କରାଯାଇ ନ ପାରେ ବୋଲି ଉଲ୍ଲେଖ କରିଛନ୍ତି।

Share