Categories: ଖେଳ

ଦଶନ୍ଧି ପରେ ଶରଥଙ୍କୁ ଟାଇଟଲ

ମସ୍କଟ, ୧୬ା୩ (ପି.ଟି.)-ଭାରତର ଭେଟେରାନ ଟେବୁଲ ଟେନିସ ଖେଳାଳି ଅଚନ୍ତା ଶରଥ କମଲ ଏକ ଦଶନ୍ଧି ପରେ ଏକ ଟାଇଟଲ ଜିତିବାରେ ସମର୍ଥ ହୋଇଛନ୍ତି। ଏଠାରେ ଚାଲିଥିବା ଆଇଟିଟିଏଫ୍‌ ଚ୍ୟାଲେଞ୍ଜର ପ୍ଲସ୍‌ ଓମାନ ଓପନ ପୁରୁଷ ସିଙ୍ଗଲ୍ସ ଫାଇନାଲରେ ସେ ପର୍ତ୍ତୁଗାଲରେ ମାର୍କସ ଫ୍ରିଟାସଙ୍କୁ ୬-୧୧, ୧୧-୮, ୧୨-୧୦, ୧୧-୯, ୩-୧୧, ୧୭-୧୫ରେ ହରାଇ ଦେଇଛନ୍ତି। ଏହା ପୁର୍ବରୁ ସେ ୨୦୧୦ରେ ଇଜିପ୍ଟ ଓପନ ଜିତିଥିଲେ। ୩୭ ବର୍ଷୀୟ ଶରଥ ସେମିଫାଇନାଲରେ ରୁଷିଆର କିରିଲ ସ୍କାଚକୋଭଙ୍କୁ ପରାସ୍ତ କରିଥିଲେ। ଚତୁର୍ଥ ସିଡ୍‌ ଶରଥ୍‌ ଏହି ମ୍ୟାଚ୍‌ର ପ୍ରଥମ ଦୁଇ ଗେମ୍‌କୁ ଯଥାକ୍ରମେ ୧୧-୧୩, ୧୧-୧୩ରେ ହାରିଯାଇଥିଲେ। କିନ୍ତୁ ଏହାପରେ ୧୩-୧୧, ୧୧-୯, ୧୩-୧୧, ୮-୧୧, ୧୧-୭ରେ ଜିତି ଫାଇନାଲରେ ସ୍ଥାନ ପକ୍କା କରିନେଇଥିଲେ। ସାତ ସେଟ୍‌ ବିଶିଷ୍ଟ ଏହି ସେମିଫାଇନାଲ ମ୍ୟାଚ୍‌ ଏକ ଘଣ୍ଟା ୮ ମିନିଟ୍‌ ଧରି ଚାଲିଥିଲା।

Share