ଦଶପଲ୍ଲାରୁ ଗଲା ରଥକାଠ

ଦଶପଲ୍ଲା,୨୮ା୩(ଡି.ଏନ.ଏ.): ପୁରୀରେ ବିଶ୍ୱପ୍ରସିଦ୍ଧ ରଥ ନିର୍ମାଣ ନିମନ୍ତେ ଶୁକ୍ରବାର ଦଶପଲ୍ଲା ବନାଞ୍ଚଳରୁ ୨୩ଖଣ୍ଡ କାଠ ଟ୍ରକ୍‌ ଯୋଗେ କଟକ ଖପୁରିଆସ୍ଥିତ ସ’ମିଲ୍‌କୁ ପଠାଯାଇଛି। ଏହି କାଠ ମଧ୍ୟରେ ୨୦ଫୁଟିଆ ଅସନ ୧୧, ୧୨ଫୁଟିଆ ଅସନ ୭, ଧଉରା ୧୨ଫୁଟିଆ ୩, ୧୪ଫୁଟିଆ ସିମିଳି ୨ଖଣ୍ଡ ରହିଛି। ଏହାକୁ ପୋଖରୀଗୋଛା ଓ ଚଢେୟାପଲ୍ଲୀ ସଂରକ୍ଷିତ ଜଙ୍ଗଲରୁ ସଂଗ୍ରହ କରାଯାଇଛି। ଫରେଷ୍ଟର ରାଜେଶ କୁମାର ସାହୁ, ସୁରେଶ ସାହୁ ଓ ମନୋଜ ପ୍ରଭାକର ସାହୁଙ୍କ ନେତୃତ୍ୱରେ କାଠ ସଂଗ୍ରହ ହୋଇଥିଲା। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୫୩ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫୧ଖଣ୍ଡ କାଠ ପୁରୀ ପଠାଯାଇଛି।

Share