Advertisement

ଦଶମନ୍ତପୁର ଜିଲାପରିଷଦ ଉପନିର୍ବାଚନ : ନାମାଙ୍କନପତ୍ର ଦାଖଲ କଲେ ଦୁଇ କଂଗ୍ରେସ ପ୍ରାର୍ଥୀ

କୋରାପୁଟ,୧।୧୧(ସ୍ବ.ପ୍ର.): କୋରାପୁଟ ଜିଲା ପଟାଙ୍ଗୀ ବ୍ଲକ ଦଶମନ୍ତପୁର ଜିଲାପରିଷଦ ଉପନିର୍ବାଚନ ଆସନ୍ତା ୨୭ ତାରିଖରେ ଅନୁଷ୍ଠିତ ହେବ। ଏଣୁ କଂଗ୍ରେସ ପକ୍ଷରୁ ଦୁଇଜଣ ପ୍ରାର୍ଥୀ ଉପଜିଲାପାଳଙ୍କ ନିକଟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଦଶମନ୍ତପୁର ଜୋନ୍‌ ୧ରୁ ନରି ହିକ୍କା ଏବଂ ପଟାଙ୍ଗୀ ଜୋନ୍‌ ୧ରୁ ତିରୁପତି ସାରା ଦଳୀୟ ସମର୍ଥକଙ୍କ ସହ ଆସି ଏହି ନାମାଙ୍କନପତ୍ର ଦାଖଲ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share