Categories: ଗଞ୍ଜାମ

ଦଶମ ଶ୍ରେଣୀ ଟପ୍ପର୍‌ଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର ଅଫିସ୍‌,୨୧ା୫-ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ବ୍ରହ୍ମପୁରରେ ଟପ୍ପର୍‌ ହୋଇଥିଲେ ଉମେଶ ପ୍ରସାଦ ପଣ୍ଡା। ସୋମବାର ଉମେଶଙ୍କୁ ନେହେରୁ ନଗର ଉନ୍ନୟନ କମିଟି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା, ପୂର୍ବତନ କର୍ପୋରେଟର୍‌ ପାର୍ବତୀ ପ୍ରଧାନ, ଏନ୍‌ଡିସି ଅଧ୍ୟକ୍ଷ ଅଶ୍ୱିନୀ କୁମାର ପଟ୍ଟନାୟକ, ସମ୍ପାଦିକା ସ୍ମିତାରାଣୀ ପଣ୍ଡା, ସଭ୍ୟ ସୁଧୀରକାନ୍ତ ପଣ୍ଡା ପ୍ରମୁଖ ଯୋଗ ଦେଇ ଉମେଶଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସୂଚନାଯୋଗ୍ୟ, ଉମେଶ ହେଉଛନ୍ତି ନେହେରୁ ନଗର ନବମ ଲେନ୍‌ର ବାସିନ୍ଦା ଗିରିଜା ଶଙ୍କର ପଣ୍ଡା ଏବଂ ଲିଲିମା ପଣ୍ଡାଙ୍କ ପୁଅ । ଏହି ଅବସରରେ ଉମେଶଙ୍କ ଶିକ୍ଷୟିତ୍ରୀ କଲ୍ୟାଣୀ ମହାପାତ୍ରଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।