ଦଶହରାରେ ୧୯ ଯୋଡ଼ା ସ୍ବତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୫ା୧୦(ବ୍ୟୁରୋ): ଦଶହରାରେ ଟ୍ରେନରେ ଯାତ୍ରୀ ଭିଡ଼କୁ ନଜରରେ ରଖି ପୂର୍ବତଟ ରେଳପଥ ପକ୍ଷରୁ ସ୍ବତନ୍ତ୍ର ଟ୍ରେନ ସହ ନିୟମିତ ଟ୍ରେନରେ ଅତିରିକ୍ତ ବଗି ସଂଯୋଗ କରାଯାଇଛି। ଯଦ୍ୱାରା ୪ ଲକ୍ଷ ଅତିରିକ୍ତ ବର୍ଥ ସୃଷ୍ଟି କରାଯାଇଛି। ଏହି ସ୍ପେଶାଲ ଟ୍ରେନ ରିଜର୍ଭେଶନ କାଟେଗୋରୀରେ ଉପଲବ୍ଧ ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳପଥ ମଧ୍ୟଦେଇ ଚଳାଚଳ କରୁଥିବା ଟ୍ରେନଗୁଡିକରେ ବି ଅତିରିକ୍ତ ବଗି ସଂଯୋଗ କରାଯାଇଛି। ପୂଜା ପାଇଁ ୧୯ ଯୋଡ଼ା ସ୍ବତନ୍ତ୍ର ଟ୍ରେନର ବ୍ୟବସ୍ଥା କରାଯାଇଛି। ସେଗୁଡିକ ହେଉଛି ପୁରୀ-ସନ୍ତ୍ରାଗଛି-ପୁରୀ, ସନ୍ତ୍ରାଗଛି-ଚେନ୍ନାଇ-ସନ୍ତ୍ରାଗଛି, ଶାଲିମାର-ପୁରୀ-ଶାଲିମାର, ଭୁବନେଶ୍ୱର-ସିକନ୍ଦରାବାଦ-ଭୁବନେଶ୍ୱର(ସାପ୍ତାହିକ ଏବଂ ଦ୍ୱିସାପ୍ତାହିକ), ସମ୍ବଲପୁର-ବନସଓ୍ବାଡି-ସମ୍ବଲପୁର, ସିଆଲଦା-ପୁରୀ-ସିଆଲଦା, ହବିବଗଞ୍ଜ-ପୁରୀ-ହବିବଗଞ୍ଜ, ଭଂଜପୁର-ପୁରୀ-ଭଂଜପୁର. ସିକନ୍ଦରାବାଦ-ଗୌହାଟ୍ଟୀ – ସିକନ୍ଦରାବାଦ, କାଚେଗୁଡା-ଟାଟା-କାଚେଗୁଡା, ଚେନ୍ନାଇ-ଗୌହାଟ୍ଟୀ-ଚେନ୍ନାଇ, ଚେନ୍ନାଇ-ସନ୍ତ୍ରାଗଛି-ଚେନ୍ନାଇ, ପୁଡୁଚେରୀ-ସନ୍ତ୍ରାଗଛି-ପୁଡୁଚେରୀ, ବିଶାଖାପାଟଣା-ଆରକୁ-ବିଶାଖାପାଟଣା, ବିଶାଖାପାଟଣା-ସିକନ୍ଦରାବଦ-ବିଶାଖାପାଟଣା, ବିଶାଖାପାଟଣା-ତିରୁପତି-ବିଶାଖାପାଟଣା, କଚେଗୁଡା-ଶ୍ରୀକାକୁଲମ-କଚେଗୁଡା। ଅତିରିକ୍ତ ବଗି ସଂଯୋଗ କରାଯାଇଥିବା ଟ୍ରେନ ହେଉଛି ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ, ହାଓଡ଼ା ଯାଉଥିବା ଜନଶତାବ୍ଦୀ ଏବଂ ଧଉଳି ଏକ୍ସପ୍ରେସ, ଭୁବନେଶ୍ୱର-ପୁଡୁଚେରୀ-ବୋକାରୋ ଯାଉଥିବା ଗରିବ ରଥ ଏକ୍ସପ୍ରେସ, ପୁରୀ-ହରିଦ୍ୱାର କଳିଙ୍ଗ ଉତ୍କଳ ଏକ୍ସପ୍ରେସ, ପୁରୀ-ଦୁର୍ଗ, ପୁରୀ-ହଟିଆ ତପସ୍ବିନୀ, ପାଟନା ବୈଦ୍ୟନାଇ ଏକ୍ସପ୍ରେସ, ପୁରୀ-ହାଓଡ଼ା, ସମ୍ବଲପୁର-ହାଓଡ଼ା, ବିଶାଖାପାଟଣାରୁ ଛାଡୁଥିବା ଏଲଟିଟି ଏକ୍ସପ୍ରେସ, ଏପି ଏକ୍ସପ୍ରେସ, କୋଲ୍ଲମ ଏକ୍ସପ୍ରେସ, ଗାନ୍ଧୀନଗର ଏକ୍ସପ୍ରେସ, ସାଇନଗର ଶିରିଡି ଏକ୍ସପ୍ରେସ ଏବଂ ଅନ୍ୟ ପ୍ରମୁଖ ଟ୍ରେନ ଗୁଡିକରେ ଅତିରିକ୍ତ ବଗି ସଂଯୋଗ କରାଯାଇ ଅଧିକ ୪ ଲକ୍ଷ ବର୍ଥ ସୃଷ୍ଟି କରାଯାଇଛି।

Share