ଦଶହରା ପରେ ଶୀତଋତୁରେ ରାଜଧାନୀରେ ବଢିବ କରୋନା ସଂକ୍ରମିତଙ୍କ ସଂଖ୍ୟା: ସ୍ୱାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୫ ।୧୦: ଏବେ ଦେଶରେ କରୋନା ସଂକ୍ରମଣ ସାମାନ୍ୟ କମ୍ ହୋଇଥିବା ବେଳେ ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ । ଏହି ସମୟରେ ଓ ଶୀତୠତୁରେ ପୁଣିଥରେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଥିବା କହିଛନ୍ତି ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟନ୍ଦ୍ର ଜୈନ । ସେ କହିଛନ୍ତି ପୂର୍ବରୁ ବିଶେଷଜ୍ଞମାନେ କହିବା ଅନୁଯାୟୀ, ପାର୍ବଣ ସମୟରେ ଓ ଶୀତଋତୁରେ ଦିଲ୍ଲୀରେ ୧୪-୧୫ ହଜାର କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯିବ । ଏକ୍ସପର୍ଟ କମିଟିର ସୂଚନା ଅନୁଯାୟୀ ଏହାପରେ ପ୍ରତିଦିନ ଦିଲ୍ଲୀରେ ପାଖାପାଖି ୪ ହଜାର ସଂକ୍ରମିତଙ୍କୁ ଚିହ୍ନଟ କରାଯିବ । ସୂଚନାଯୋଗ୍ୟ, ଗତ ପ୍ରାୟ ୩୬ ଦିନ ପରେ ଦୁଇ ଦିନ ହେବ ଲଗାତାର ଭାବେ ଦିନକୁ ପ୍ରାୟ ୪ ହଜାର ସଂକ୍ରମିତଙ୍କୁ ଚିହ୍ନଟ କରାଗଲାଣି । ଆଗକୁ ଦିଲ୍ଲୀରେ ପୁଣିଥରେ କରୋନା ମହାମାରୀ ଅଣାୟତ୍ତ ହେବା ଅନୁମାନ କରାଯାଇଛି ।

Share