ଦଶ ବର୍ଷ ସାନ ନିକ୍‌ଙ୍କୁ ବିବାହ କରିବା ପରେ ସମାଲୋଚିତ ହେଉଛନ୍ତି ପିସି: କହିଲେ ତାଙ୍କୁ ଫରକ ପଡ଼େନାହିଁ

ମୁମ୍ବାଇ: ଆମେରିକୀୟ ଗାୟକ ନିକ୍‌ ଜୋନାସ୍‌ଙ୍କୁ ବିବାହ କରିବା ପରଠାରୁ ଚର୍ଚ୍ଚାରେ ରହୁଛନ୍ତି ପ୍ରିୟଙ୍କା ଚୋପ୍ରା ଓରଫ ପିସି। ନିକ୍‌ ପ୍ରିୟଙ୍କାଙ୍କଠାରୁ ବୟସରେ ସାନ ହୋଇଥିବା ହେତୁ ପିସିଙ୍କୁ ଅନେକ ଥର ଟ୍ରୋଲ ମଧ୍ୟ କରାଯାଇଛି। ହେଲେ ଏଥିପ୍ରତି ଗୁରୁତ୍ୱ ଦିଅନ୍ତି ନାହିଁ ସେ। ନିକଟରେ ଏକ ସାକ୍ଷାତ୍‌କାର ସମୟରେ ପିସିଙ୍କୁ ଏହାକୁ ନେଇ ପ୍ରଶ୍ନ କରାଯାଇଥିଲା। ନିକ୍‌ ଓ ତାଙ୍କ ଭିତରେ ଥିବା ୧୦ ବର୍ଷ ବ୍ୟବଧାନକୁ ନେଇ ବିବାହ ପୂର୍ବରୁ ଓ ପରେ ଲୋକମାନେ ଅନେକ କଥା କୁହନ୍ତି। ଏସବୁକୁ ଶୁଣିବାକୁ ପଡ଼େ। ଯଦି ଗୋଟିଏ ଝିଅଠାରୁ ପୁଅର ବୟସ ବଡ଼, ତାହାହେଲେ କୌଣସି ଫରକ ପଡ଼େନାହିଁ, ହେଲେ ଯଦି ଝିଅର ବୟସ ବଡ଼ ହୋଇଯାଏ, ତେବେ ଲୋକଙ୍କ ସମାଲୋଚନାର ପରିସରକୁ ଆସିଯାଏ ବୋଲି ପ୍ରିୟଙ୍କା କହିଛନ୍ତି। ତେବେ ଯେବେ ବି ଉଭୟଙ୍କୁ ନେଇ କୌଣସି ଚର୍ଚ୍ଚା ହୁଏ, ସେତେବେଳେ ନିକ୍‌ ତାଙ୍କ ସାଙ୍ଗରେ ଛିଡ଼ା ହୁଅନ୍ତି ବୋଲି ସେ କହିଛନ୍ତି। ସେ ନିଜ ବିବାହକୁ ନେଇ ବେଶ ଗର୍ବ କରନ୍ତି ବୋଲି ମଧ୍ୟ କହିଛନ୍ତି।
ନିକ୍‌-ପ୍ରିୟଙ୍କା ଉଭୟ ହିନ୍ଦୁ ଓ ଖ୍ରୀଷ୍ଟିଆନ୍‌ ଧର୍ମାନୁଯାୟୀ ବିବାହ କରିଥିଲେ। ସେବେଠାରୁ ଉଭୟ ପ୍ରଶଂସକଙ୍କ ହୃଦୟରେ ରାଜ କରୁଛନ୍ତି। କେହି କେହି ନିକ୍‌ଙ୍କୁ ଭିଣୋଇ ବୋଲି ସମ୍ବୋଧନ କରୁଥିବା ଦେଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସିନେମାରେ ବିପ୍ଳବ: କନ୍ନଡ ଭାଷାରେ ନିର୍ମିତ ବିଶ୍ୱର ପ୍ରଥମ AI ଫିଲ୍ମ ‘ଲଭ୍ ୟୁ’

ନୂଆଦିଲ୍ଲୀ,୧୬।୪: କୃତ୍ରିମ ବୁଦ୍ଧିମତ୍ତା (AI) ପ୍ରଯୁକ୍ତିବିଦ୍ୟା ବିଶ୍ୱବ୍ୟାପୀ ଚର୍ଚ୍ଚା ସୃଷ୍ଟି କରିଛି। ଏହାରି ମଧ୍ୟରେ ବିଶ୍ୱର ପ୍ରଥମ ସମ୍ପୂର୍ଣ୍ଣ AI-ଜେନେରେଟେଡ୍ ଫିଲ୍ମ ତିଆରି ହୋଇଛି ଏବଂ...

ବିବାହର ୮ ବର୍ଷ ପରେ ବାପା ହେଲେ ଜାହିର ଖାନ: ସନ୍ତାନର ନାଁ ରଖିଲେ…

ମୁମ୍ବାଇ,୧୬।୪: ଚକ ଦେ ଇଣ୍ଡିଆ ଅଭିନେତ୍ରୀ ସାଗରିକା ଘାଟଗେ ଏବଂ ପୂର୍ବତନ ଭାରତୀୟ କ୍ରିକେଟର ଜାହିର ଖାନ ପ୍ରଥମ ସନ୍ତାନକୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି...

ବିବାହର ୯ ବର୍ଷ ପରେ ଛାଡ଼ପତ୍ର ନେବାକୁ ଯାଉଛନ୍ତି ଦିବ୍ୟଙ୍କା? ଜାଣନ୍ତୁ ଖବର ପଛର ସତ

ମୁମ୍ବାଇ: ଟେଲି ପରଦାର ଲୋକପ୍ରିୟ ଯୋଡ଼ି ମଧ୍ୟରୁ ଦିବ୍ୟଙ୍କା ତ୍ରିପାଠୀ ଏବଂ ବିବେକ ଦହିଆଙ୍କ ଯୋଡ଼ି ଅନ୍ୟତମ। ଦୁହିଁଙ୍କ ବିବାହକୁ ଇତି ମଧ୍ୟରେ ୯ ବର୍ଷ...

କରୀନାଙ୍କ ଆଗାମୀ ପ୍ରୋଜେକ୍ଟ ‘ଦାୟରା’

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ତାଙ୍କ ନୂତନ ପ୍ରୋଜେକ୍ଟ ସମ୍ପର୍କରେ ସୋମବାର ଇନ୍‌ଷ୍ଟାଗ୍ରାମରେ ଘୋଷଣା କରିଛନ୍ତି। ଆଗାମୀ ଦିନରେ ସେ ଫିଲ୍ମ ନିର୍ମାତା ତଥା...

ଘରେ ପଶି ହତ୍ୟା କରିବୁ, ବୋମା ପକାଇ କାର୍‌ ଉଡ଼ାଇ ଦେବୁ, ପୁଣି ସଲମାନଙ୍କୁ ମିଳିଲା ଏମିତି ଧମକ

ମୁମ୍ବାଇ: ବଲିଉଡ୍‌ର ସୁପରଷ୍ଟାର୍‌ ସଲମାନ ଖାନଙ୍କୁ ପୁଣି ଥରେ ଧମକ ମିଳିଛି। ମୁମ୍ବାଇର ଓ୍ବର୍ଲି ଟ୍ରାଫିକ ବିଭାଗର ହ୍ବାଟ୍ସଆପ୍‌ ନମ୍ବରକୁ ଏକ ଧମକ ପଠାଯାଇଛି। ଯେଉଁଥିରେ...

‘ତୁମର ନୂଆ ଏସିପି…’ ପ୍ରଦ୍ୟୁମ୍ନଙ୍କ ପରେ CIDରେ ହୋଇଗଲା ନୂଆ ବସ୍‌ଙ୍କ ଏଣ୍ଟ୍ରି, ଦେଖନ୍ତୁ…

ମୁମ୍ବାଇ: ଲୋକପ୍ରିୟ ଟିଭି ରିଆଲିଟି ଶୋ’ ‘CID ୨’ରେ ଏକ ଟୁଇଷ୍ଟ ଆସିଛି, ଯେଉଁଥିଲାଗିଏହି ଶୋ’ ଆଜିକାଲି ବହୁତ ଚର୍ଚ୍ଚାରେ ଅଛି। ସଦ୍ୟତମ ଏପିସୋଡରେ ଏସିପି...

ପ୍ରେମିକାଙ୍କ ସହ ଚାଇନାରେ କ’ଣ କରୁଛନ୍ତି ଆମିର ଖାନ୍‌? Video ଭାଇରାଲ ପରେ…

ମୁମ୍ବାଇ: ବଲିଉଡର ପରଫେକ୍ସନିଷ୍ଟ ଆମିର ଖାନ ତାଙ୍କ ୬୦ତମ ଜନ୍ମଦିନ ଅବସରରେ ନିଜର ପ୍ରେମିକାଙ୍କୁ ନେଇ ବଡ଼ ଘୋଷଣା କରିଥିଲେ। ଗୌରୀ ନାମକ ଜଣେ ମହିଳାଙ୍କୁ...

କୁଲର, ପଙ୍ଖା ବାଣ୍ଟିଲେ ଅଭିନେତ୍ରୀ ତାପସୀ ପନ୍ନୁ

ମୁମ୍ବାଇ: ମୁମ୍ବାଇର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ ଉପରେ ପହଞ୍ଚି ଯାଇଛି। ଏହି ସମୟରେ, ଗରମକୁ ମୁକାବିଲା କରିବା ପାଇଁ, ଅଭିନେତ୍ରୀ ତାପସୀ ପନ୍ନୁ ବସ୍ତିରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image