ଦହିବରା ଖାଇ ୩ ଗ୍ରାମର ୬୮ ଅସୁସ୍ଥ: ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି

ନୟାଗଡ଼ ଅଫିସ, ୭ା୧୧: ନୟାଗଡ଼ ଜିଲା ଗଣିଆ ବ୍ଲକର ବିଜୟନଗର, ଗଣିଆ ଓ ବେଲଗଡ଼ ଗ୍ରାମର ୬୮ଜଣ ଦହିବରା ଖାଇ ଗୁରୁବାର ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କୁ ଚିକିତ୍ସା ପାଇଁ ଗଣିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁସାରେ, ଏକ ଦହିବରା ବୁଲା ବିକାଳୀ ଗୁରୁବାର ଅପରାହ୍ନରେ ଦହିବରା ବିକ୍ରି କରୁଥିବା ବେଳେ ଉପରୋକ୍ତ ୩ଟି ଗ୍ରାମର ମହିଳା, ପୁରୁଷ ଓ ଛୋଟ ପିଲାମାନେ ଦହିବରା କିଣି ଖାଇଥିଲେ। ଏହାର କିଛି ସମୟପରେ ସେମାନେ ପେଟରେ ଯନ୍ତ୍ରଣା ଅନୁଭ କରିବା ସହ ବାନ୍ତି କରିଥିଲେ। ଜଣଙ୍କ ପରେ ଜଣେ ଗଣିଆ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଅନ୍ୟପଟେ ଦହିବରା ବିକାଳୀ କେଉଁଠାର ତାହା ଜଣାପଡ଼ି ନାହିଁ।

Share