ଦହି ସହ ଚିନି ଖାଆନ୍ତି କାହିଁକି…

ପରମ୍ପରା ଓ ରୀତିନୀତି ଆମ ଜୀବନରେ ଏକ ମହତ୍ୱପୂର୍ଣ୍ଣ ସ୍ଥାନ ଅଧିକାର କରିଛି। ଏହା ଉପରେ ଆମର ଅତୁଟ ବିଶ୍ୱାସ ରହିଥାଏ। ଯାହାଦ୍ୱାରା ଆମେମାନେ ସେହି ରୀତିନୀତିକୁ ପାଳନ କରିଥାଉ। ଏପରି ଏକ ପରମ୍ପରା ରହିଛି ଯେ କୌଣସି ଏକ ଶୁଭକାମରେ ଯିବା ପୂର୍ବରୁ ଦହି ଓ ଚିନି ଖିଆଯାଇଥାଏ। ଯେପରି କୌଣସି ପରୀକ୍ଷା ଦେବାକୁ ଯିବା ପୂର୍ବରୁ ବା କୌଣସି ଶୁଭ କାମକୁ ଯିବା ପୂର୍ବରୁ ଦହି ଓ ଚିନି ଖାଇଲେ ଭଲ ଫଳ ମିଳିଥାଏ। ତେବେ ବିଜ୍ଞାନ ଅନୁସାରେ ମନୁଷ୍ୟ କୌଣସି ଏକ ବିଶେଷ କାର୍ଯ୍ୟ ପାଇଁ ଘରୁ ବାହାରକୁ ଯାଉଥିଲେ, ତାପାଇଁ ଦିନସାରା ଶାରୀରିକ ଓ ମାନସିକ ଶକ୍ତିର ଆବଶ୍ୟକତା ପଡ଼ିଥାଏ। ଏପରିସ୍ଥଳେ ଗୋଟିଏ କପ୍‌ ଦହି ଓ ଚିନି ଶରୀରର ଶକ୍ତିକୁ ବଢାଇଥାଏ। ଦହି ଓ ଚିନି ଶରୀରକୁ ସତେଜ ରଖିଥାଏ। ଦହିରେ ପ୍ରୋଟିନ୍‌ ଅଧିକ ମାତ୍ରାରେ ରହିଥାଏ। ଏହା ସହିତ ଦହିରେ କ୍ୟାଲସିୟମ, ରିବୋଫ୍ଲାବିନ୍‌, ଭିଟାମିନ ବି-୬ ଏବଂ ଭିଟାମିନ ବି-୧୨ ଆଦି ପୋଷକ ତତ୍ତ ୍ବରହିଥାଏ। ଯାହା ଶାରୀରିକ ଶକ୍ତି ବଢାଇଥାଏ। ଦହି ଚିନି ମିଶ୍ରଣ ଶରୀରକୁ ଗ୍ଲୁକୋଜ ଦେଇଥାଏ। ଏହାଯୋଗୁ ଶରୀରରେ ଫୁର୍ତ୍ତି ଆସିିଥାଏ। ଏହି କାରଣରୁ କିଛି ଶୁଭ କାମକୁ ଯିବା ପୂର୍ବରୁ ଦହି ଓ ଚିନିକୁ ଖାଇବା ପରମ୍ପରା ରହିଛି।

Share