ଦାଉଦ ଇବ୍ରାହିମ୍‌ଙ୍କ ମୃତ୍ୟୁ ନେଇ ଚର୍ଚ୍ଚା ଜାରି

ନୂଆଦିଲ୍ଲୀ, ୬।୬: ଅଣ୍ଡର ଓ୍ବାଲର୍‌ଡ ଡନ୍‌ ଦାଉଦ ଇବ୍ରାହିମ୍‌ଙ୍କ ମୃତ୍ୟୁ ନେଇ ଏବେ ସୋସିଆଲ୍‌ ମିଡ଼ିଆରେ ଚର୍ଚ୍ଚା ଜୋର୍‌ ଧରିଛି। କରୋନା ସଂକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିବା କେତେକ କହୁଛନ୍ତି। ଶୁକ୍ରବାର ଖବର ମିଳିଥିଲା ଯେ, ଦାଉଦ ଏବଂ ତାଙ୍କ ସ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସା ଲାଗି ପାକିସ୍ତାନର କରାଚିରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସୁରକ୍ଷାକର୍ମୀଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯାଇଥିବା କୁହାଯାଇଥିଲା। ତେବେ ଏହାକୁ ଦାଉଦଙ୍କ ଭାଇ ଅନିସ୍‌ ଇବ୍ରାହିମ୍‌ ମିଥ୍ୟା ବୋଲି କହିଥିଲେ। ସେ ସୁସ୍ଥ ଥିବା ଅନିସ୍‌ କହିଛନ୍ତି। ସୂଚନାଯୋଗ୍ୟ, ୧୯୯୩ ମୁମ୍ବାଇ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ୍‌ କୁହାଯାଉଥିବା ଦାଉଦ ପାକିସ୍ତାନ ସୈନ୍ୟବାହିନୀର ଶରଣ ନେଇ ଇସଲାମାବାଦ୍‌ରେ ବାସ କରୁଥିବା କୁହାଯାଉଛି। ଏହି ବିସ୍ଫୋରଣରେ ୧୩ଟି ବୋମା ଫୁଟିଥିବାବେଳେ ୩୫୦ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୧୨୦୦ରୁ ଅଧିକ ଆହତ ହୋଇଥିଲେ। ପରେ ୨୦୦୩ରେ ଆମେରିକା ସହିତ ମିଶି ଭାରତ ସରକାର ଦାଉଦଙ୍କୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିଥିଲେ।

Share