ଦାଣ୍ଡ ସୁବର୍ଣ୍ଣମୁଖୀ ମନ୍ଦିରରୁ ଚୋରି: ତାଲା ଭାଙ୍ଗି ମା’ଙ୍କ ଅଳଙ୍କାର ନେଇଗଲେ ଦୁର୍ବୃତ୍ତ

ଭଣ୍ଡାରିପୋଖରୀ,୨୫।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ସରସଦା ପଞ୍ଚାୟତ ଏକଗୋଲା ଗ୍ରାମ ଛକରେ ଥିବା ଦାଣ୍ଡ ସୁବର୍ଣ୍ଣମୁଖୀ ମନ୍ଦିରରୁ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଛି। କେହି ଦୁର୍ବୃତ୍ତ ମନ୍ଦିର ତାଲା ଭାଙ୍ଗି ମା’ଙ୍କ ସୁନା ଓ ରୁପାର ମୁକୁଟ, ଚିତା ଚୋରିକରି ନେଇଛି।
ସେହିପରି ଜଗନ୍ନାଥ ମନ୍ଦିରରୁ ଚୋରି ଉଦ୍ୟମ କରିଥିଲେ ମଧ୍ୟ ତାଲା ଭାଙ୍ଗି ନ ପାରି ବିଫଳ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।