ଦାଦନଙ୍କୁ ୨ ମାସ ମାଗଣା ଖାଦ୍ୟଶସ୍ୟ

ନୂଆଦିଲ୍ଲୀ,୨୧ା୫(ଆଇଏଏନ୍‌ଏସ୍‌): କରୋନା ମହାମାରୀର ମୁକାବିଲା ପାଇଁ ସାରା ଦେଶ ଲକ୍‌ଡାଉନରେ ରହିଥିବାରୁ କାମଧନ୍ଦା ହରାଇ ପ୍ରବାସୀ ଶ୍ରମିକମାନେ ନାହିଁ ନ ଥିବା ଅସୁବିଧା ଓ ଆର୍ଥତ୍କ କ୍ଷତିର ସମ୍ମୁଖୀନ ହୋଇଛନ୍ତି। ‘ଆତ୍ମନିର୍ଭର ଭାରତ’ ପ୍ୟାକେଜରେ ପ୍ରବାସୀ ଶ୍ରମିକ ତଥା ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଦାଦନ ଶ୍ରମିକଙ୍କୁ ଦୁଇମାସ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦେବା ନିମନ୍ତେ ଯୋଜନାକୁ ବୁଧବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଏହି ଯୋଜନାରେ ମେ’ ଓ ଜୁନ୍‌ ଦୁଇମାସ ଦାଦନ ଶ୍ରମିକ ପରିବାରକୁ ମୁଣ୍ଡପିଛା ମାସିକ ୫ କିଲୋଗ୍ରାମ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ଏଥିରେ ପାଖାପାଖି ୮ କୋଟି ଦାଦନ ଓ ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଶ୍ରମିକ ଉପକୃତ ହୋଇପାରିବେ ବୋଲି ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିପାଇଁ ସରକାରଙ୍କ ଉପରେ ୨,୯୮୨.୨୭ କୋଟି ଟଙ୍କାର ଅତିରିକ୍ତ ସବ୍‌ସିଡି ବୋଝ ପଡ଼ିବ। ଏହାବ୍ୟତୀତ ଖାଦ୍ୟଶସ୍ୟ ପରିବହନ, ହସ୍ତାନ୍ତର, ଡିଲର ମାର୍ଜିନ ଆଦିକୁ ହିସାବକୁ ନେଲେ ଆଉ ୧୨୭.୨୫ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘କେଦାରନାଥରେ ଅଣହିନ୍ଦୁଙ୍କ ପ୍ରବେଶ ଉପରେ କଟକଣା ଜାରି ହେଉ’; ଭାଜପା ବିଧାୟିକାଙ୍କ ମନ୍ତବ୍ୟକୁ ନେଇ ବିବାଦ

ଡେରାଡୁନ୍‌, ୧୬।୩: କେଦାରନାଥ ଧାମ୍‌ରେ ଅଣହିନ୍ଦୁଙ୍କ ପ୍ରବେଶ ଏବଂ ଗତିବିଧି ଉପରେ କଟକଣା ଲଗାଯିବା ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ଏନେଇ କେଦାରନାଥର ଭାଜପା ବିଧାୟିକା ଆଶା...

ସୁନା ପରେ ବେଙ୍ଗାଲୁରୁ ବିମାନବନ୍ଦରରୁ ଜବତ ହେଲା ଡ୍ରଗ୍ସ; ୨ ମହିଳା ଗିରଫ

ମାଙ୍ଗାଲୁରୁ,୧୬ା୩: ବେଙ୍ଗାଲୁରୁ ବିମାନବନ୍ଦରରୁ ୩୭ କିଲୋଗ୍ରାମ୍‌ ଡ୍ରଗ୍ସ ସହ ନାଇଜେରିଆର ୨ ମହିଳାଙ୍କୁ ଗିରଫ କରାଯାଇଛି। ଜବତ ନିଶାଦ୍ରବ୍ୟର ମୂଲ୍ୟ ୭୫ କୋଟି ଟଙ୍କା ହେବ।...

ଟ୍ରମ୍ପଙ୍କୁ ବିଶ୍ୱାସ କଲେ ମୋଦି, ପାକିସ୍ତାନକୁ ନେଇ କହିଲେ ଏମିତି…

ନୂଆଦିଲ୍ଲୀ,୧୬ା୩: ପ୍ରସିଦ୍ଧ ପୋଡକାଷ୍ଟର ଏବଂ ଏଆଇ ଗବେଷକ ଲେକ୍ସ ଫ୍ରିଡମ୍ୟାନଙ୍କ ସହ ଏକ ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନକୁ ସମାଲୋଚନା କରିଛନ୍ତି। ସେ ଚାଇନା-ଭାରତ...

ଯୁବପିଢ଼ିଙ୍କ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ପରାମର୍ଶ: ”ଧୈର୍ଯ୍ୟ ରଖନ୍ତୁ, ଜୀବନରେ କୌଣସି ସର୍ଟକଟ୍ ନାହିଁ”

ନୂଆଦିଲ୍ଲୀ,୧୬ା୩: ପଡକାଷ୍ଟର ଲେକ୍ସ ଫ୍ରିଡମ୍ୟାନଙ୍କ ସହ ୩ ଘଣ୍ଟା ଧରି ଆଲୋଚନା କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବପିଢ଼ିଙ୍କୁ ସର୍ଟକଟ୍ ନ ନେବାକୁ ଏବଂ ଧୈର୍ଯ୍ୟ...

‘୧୪୦ କୋଟି ଭାରତୀୟ ମୋ’ ଶକ୍ତି’

ନୂଆଦିଲ୍ଲୀ,୧୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରସିଦ୍ଧ ଆମେରିକୀୟ ପୋଡକାଷ୍ଟର ଲେକ୍ସ ଫ୍ରିଡ୍‌ମ୍ୟାନଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏହି ପୋଡକାଷ୍ଟରେ, ତାଙ୍କ ପିଲାଦିନ,...

ସଠିକ ସମୟରେ ଖାଦ୍ୟ ପହଞ୍ଚାଉଥିବା ଡେଲିଭରୀ ବୟଙ୍କୁ CPR ଟ୍ରେନିଂ

ନୂଆଦିଲ୍ଲୀ,୧୬।୩: ଜେଞ୍ଜୋ 5G ଆମ୍ବୁଲାନ୍ସ ସର୍ଭିସେସର ଏକ ପଦକ୍ଷେପ ଏବେ ଭାରତର ବିଭିନ୍ନ ରାଜ୍ୟ ଏବଂ ସହରରେ ଜୋମାଟୋ ଡେଲିଭରି ବୟମାନଙ୍କୁ ରାସ୍ତାରେ ଜରୁରୀକାଳୀନ ପରିସ୍ଥିତିରେ...

୩୦୦ ବର୍ଷ ଧରି ଔରଙ୍ଗଜେବଙ୍କ କବର ରକ୍ଷଣାବେକ୍ଷଣ କରିଆସୁଛି ଏହି ପରିବାର…ଜାଣନ୍ତୁ କେତେ ମିଳୁଛି ଟଙ୍କା?

ମୁମ୍ବାଇ,୧୬।୩: ରାଜନୈତିକ ବୟାନବାଜିକୁ ନେଇ ଆଜିକାଲି ଚର୍ଚ୍ଚାରେ ରହିଛି ଔରଙ୍ଗଜେବଙ୍କ ନାମ। ମହାରାଷ୍ଟ୍ରର ସମ୍ଭାଜୀ ନଗରରେ ଥିବା ଔରଙ୍ଗଜେବଙ୍କ ସମାଧିକୁ ନେଇ ବିବାଦ ଉପୁଜିଛି। କୁହାଯାଏ...

ତେଜ ପ୍ରତାପ ଯାଦବଙ୍କ ‘ନାଚ ନଚେତ୍ ନିଲମ୍ବିତ’ ଆଦେଶରେ ନାଚିବାରୁ ବିହାର ପୋଲିସ କର୍ମଚାରୀଙ୍କୁ ବହିଷ୍କାର

ନୂଆଦିଲ୍ଲୀ, ୧୬।୩: ବିହାର ବିଧାୟକ ତେଜ ପ୍ରତାପ ଯାଦବଙ୍କ ଅଙ୍ଗରକ୍ଷୀ ଭାବରେ ନିଯୁକ୍ତ ଜଣେ ପୋଲିସ କନଷ୍ଟେବଳଙ୍କୁ ବିଧାୟକଙ୍କ ନିର୍ଦ୍ଦେଶରେ ୟୁନିଫର୍ମ ପିନ୍ଧି ନାଚିବାର ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image