ଦାଦନ୍‌ ଯାଇ ହାତ୍‌ ହରାଲେ ନାଗେସ

ବିନିକା,୧୭।୧୦(ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ସିଂଘିଯୁବା ଗାଁର ନାଗେସ ସ୍ବାମୀ(୩୭)। ସେ ଝନେ ନିହାତି ଗରିବ୍‌ ଆର ପେସାରେ ପଥର ଫଟାଲି ଶ୍ରମିକ। କାମ୍‌ଧଁଦା ଅଭାବୁ ସେ ଆଏଜ୍‌କେ ୭ ମାସ ତଲେ କର୍ଣ୍ଣାଟକ ରାଏଜର ମାଙ୍ଗାଲୁରକେ ଦାଦନ ଖଟିଯାଇଥିଲେ। ସେଠାନେ ଗୁଟେ ପଥର ଖାଦାନରେ କାମକଲାବେଲେ ଦୁରଘଟନାର ଶିକାର ହେଇ ଡେବରିହାତ୍‌ ହରାବାର ସଂଗେ ଡେବ୍‌ରି ଗୋଡ଼ ଅଚଲ ହେଇଯାଇଛେ। ହେଲେ ଟଁକା ପଏସା ଅଭାବୁ ସେ ଉଚ ଚିକିଛାରୁ ବଁଚିତ ହେଇ ଘରେ ଅକରମା ହେଇ ବସି ରହିଛନ୍‌।
ସୂଚନା ଅନ୍‌ସାରେ ସିଂଘିଯୁବା ଗାଁର ନାଗେସ ସ୍ବାମୀକଁର ପରିବାର କହେଲେ ମାଏକିନା ସଙ୍ଗିତା, ଗୁଟେ ଝି’ ଆର ଦୁଇ ପୁଓକେ ନେଇ ତାକର ସଁସାର। ନାଗେସ ଝନେ ଗରିବ୍‌ ଲୋକ ଆର ପେସାରେ ଝନେ ପଥର ଫଟାଲି। ସେ ବିନିକା ଅଂଚଲରେ ଭିନେ ଭିନେ ପଥର ଖାଦାନରେ ପଥର ଫଟେଇ ଯାହା କମଉଥିଲେ ସେଥ୍‌ରେ ତାକର ପରିବାର ଖୁସିରେ ଚଲିଯାଉଥିଲା। ହେଲେ ଅଂଚଲରେ କାମ୍‌ଧଁଦା ଅଭାବୁ ସେ କୁଟୁମବସିଆ ସୁଦୂର କର୍ଣ୍ଣାଟକ ରାଏଜର ମାଙ୍ଗାଲୋରକେ ଦାଦନ୍‌ ଖଟି ଯାଇଥିଲେ। ସେଠାନେ ଝନେ ଠିକାଦର ଅଧୀନରେ ପଥର ଖୁଦାନରେ ପଥର ଫଟାବାର କାମ୍‌ କଲେ। ଦିନେ ଖାଦାନରେ ନାଗେସ କମ୍ପ୍ରେସର ମେଶିନ ଚଲଉଥିଲେ। ହେଲେ କମ୍ପ୍ରେସର ମେଶିନଟା କେହେନ୍‌ସି କାରନ୍‌ରୁ ତାକର ହାତୁ ପିଛଲି ଗଲା। ଚଲତି ମେଶିନ ଡେବ୍‌ରିହାତେ ବାଜଲାରୁ ତାକର ହାତ୍‌ କହନିରୁ ଛିଡ଼ିଗଲା। ସେଠାନୁ ଖସ୍‌ରି ଡେବ୍‌ରି ଗୁଡେ ବାଜ୍‌ଲାରୁ ଗୋଡ଼ ବି ଖଁଡ଼ିଆଡ଼ଁଡ଼ିଆ ହେଲା। ସେଠାନେ କମ୍‌ କରୁଥିବାର ଉନିଆ ଶ୍ରମିକମାନେ ନାଗେସକୁଁ ଉଧାର କରି ମାଙ୍ଗାଲୋର ଡାକ୍‌ତରଖାନାରେ ଭରତି କଲେ। ନାଗେସ ମାଙ୍ଗାଲୋର ଡାକ୍‌ତରଖାନାରେ ମାସେ ତକ୍‌ ଚିକିଛିତ ହେଲେ। ମାଏକିନା ସଙ୍ଗିତା ଯାହା ଗହନାଗାଁଠି ରଖିଥିଲେ ସେଥ୍‌ରେ ଖରଚ୍‌ କରି ସରବ୍‌ସୁଅଁାତ୍‌ ହେଲେ। ଶେଷେ ଡାକ୍‌ତର ନାଗେସକେ ପୂରା ଭଲ କରବାକେ ହେଲେ ଲକ୍ଷାଧିକ୍‌ ଟଁକା ଦରକାର ବଲି କହେଲାରୁ ଦମ୍ପତିକଁର ମୁଡେ ଚଡ଼କ ପଡ଼ିଥିଲା। ଦୁଇ ମାଏଝି ମୁନୁଷ ମୁହୁଁକାନ୍‌ ଶୁଖେଇ କୁଟୁମବସିଆ ତାମିଲନାଡୁ ଇରୋଡ୍‌ ଜିଲା ସେଙ୍ଗାଲମ୍‌ ଗାଁରେ ରହୁଥିବାର ନିଜର ଲାଗେଲେସର ଘରେ ଆସି ଆଶ୍‌ରେ ନେଲେ। ସେଠାନେ ସଙ୍ଗିତା ଗୁଟେ କପଡ଼ା ଦୁକାନେ କାମ୍‌ କରି ଏହେଦେ କୁଟୁମ୍‌ ପୁଷୁଛନ୍‌। ଏନ୍‌ତାଥି ନାଗେସ ଚିକିଛା ଲାଗି ଟଁକା ପଏସା ଯୁଗାଡ଼ କରବାକେ ୧୫ ଦିନ୍‌ ହେଲା ସିଂଘିଯୁବା ଗାଁକେ ଆସିଛନ୍‌। ନାଗେସ ରାଏଜ୍‌ ସରକାରକଁର ଶ୍ରମିକ କଲ୍ୟାଣ ବୋର୍ଡ, ଭୁବନେଶ୍ୱର ରେଜିଷ୍ଟ୍ରେଶନ ନଂ.-ଓଡିଏସ୍‌ଏନ୍‌ପି୦୦୧୦୩୯୬୪୮ରେ ତା.୭ା୧୨ା୧୭ରେ ଝନେ ଶ୍ରମିକ ହିସାବେ ତାଲିକାଭୁକ୍ତ ହେଇଛନ୍‌। ଇତାର ବାହାରେ ସିଂଘିଯୁବା ଗାଁରେ ତାକର ନଁାରେ ରାଶନ କାର୍ଡ ବି ରହିଛେ। ନାଗେସକଁର ଉପରେ ଜିଲା ପରଶାସନ ଦୁରୁଷ୍‌ଟି ଦେଇ ଚିକିଛା ସାହାଯ୍‌ ସଂଗେ ତାକର ପରିବାରକେ ଉନିଆ ସରକାରୀ ସୁବିଧା ସୁଯୋଗ ଯୁଗେଇ ଦେବାକେ ଗାଁବାସୀ ଦାବି କରିଛନ୍‌। ଇ ବାବ୍‌ଦେ ଜିଲା ଶ୍ରମ ଅଧ୍‌କାରୀ ଡିଲେଶ୍ୱର ଖାଖାକୁଁ ପଚରାଲାରୁ ନାଗେସ କେନ୍‌ ଯାଗାରେ, କାହାର ଅଧୀନରେ କାମ୍‌ କରୁଥିଲେ ତାର ଠିକ୍‌ନା ଦେଲେ ଆମେ ମାଲିକ ନଁାରେ ଗୁଟେ କମ୍ପେନ୍‌ସେଶନ କେସ୍‌ ଫାଇଲ୍‌ କରମୁ। ନାଗେସ ଜିଲାର ଝନେ ପଂଜିକୁରୁତ ଶ୍ରମିକ, ତାକର ଚିକିଛା ବାବ୍‌ଦେ ଯାହା ଖରଚ୍‌ ହେଇଛେ ସେ ବିଲ୍‌ ଦେଲେ ତାହାକୁ ଟଁକା ଫିରାବାର ଦିଗେ ପଦକ୍ଷେପ ନିଆଯିବା ବଲି ସେ କହିଥିଲେ।

Share