ଦାଦନ ଯାଇ ବାପ୍‌ ଆରପାରେ: ୭ ବଛର ହେଲା ରୋଗ୍‌ରେ ଖଟେ ପଡ଼ିଛନ୍‌ ଝି’ ସୁନିଆ

ପର୍ଲା, ୩୦ା୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ବହେରା ଗଁାର ସ୍ବର୍ଗତ ପଦମନ ସୋରିକଁର ଝି’ ସୁନିଆ(୨୧)। ସେ କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଆକ୍‌ରଁାତ ହେଇ ଅନେକ ଦିନ୍‌ ହେଲା ଖଟେ ପଡ଼ି ରହିଛନ୍‌। ଇଆଡ଼େ ବିଧବା ମା’ ପରହର କାମ୍‌ କଲେ ଯାଇ ଘରର ଚୁଲି ଜଲୁଛେ। ଏନ୍‌ତାଥି ସେ ଝି’ର ଉଚ ଚିକିଛା କଥା ଚିନ୍‌ତା ବି କରି ନାଇଁପାରବାର।
ସୂଚନା ଅନ୍‌ସାରେ ବହେରା ଗଁାର ବିଧବା ମହିଲା ପ୍ରମିଳା ସୋରି। ଆପ୍‌ନେ ପଦମନ ସୋରି ଝି’ର ଉଚ ଚିକିଛା ଲାଗି ଟଁକା ପଏସା ଠୁଲାବାକେ ୨ ବଛର ତଲେ ଦାଦନ ଯାଇ ଆରପାରକେ ଚାଲିଗଲେ। ଏହେଦେ ତାକର ପରିବାର କହେଲେ ଝି’ ସୁନିଆ ଆର ୨ ପୁଓ। ପରିବାରଟା ନିହାତି ଗରିବ୍‌, ଘରଡ଼ିହ ଖଁଡ଼େକେ ଛାଡ଼ିଦେଲେ ସଁପତି ବଲି କିଛି ନାଇଁ। ଇଆଡ଼େ ପ୍ରମିଳା ପରହର କାମ୍‌ କଲେଯାଇ ଘରର ଚୁଲି ଜଲୁଛେ। ଏନ୍‌ତାଥି ଝି’ ଗଲା ୭ ବଛର ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ଖଟେ ପଡ଼ି ରହିଛନ୍‌। ନିସାହା ବିଧବା ପ୍ରମିଳା ଧାର ଉଧାର କରି ଅନେକ ଥର ଧର୍ମଗଡ଼ ସମେତ ଆସର ପାସର ଡାକ୍‌ତରଖାନାରେ ଝି’ର ଚିକିଛା କରେଇ ନିରାଶ ହେଇଛନ୍‌। ସୁନିଆକେ ଉଚ ଚିକିଛା ଦରକାର ବଲି ଡାକ୍‌ତର ସବୁବେଲେ ପରାମଶ୍‌ ଦେଉଛନ୍‌। ହେଲେ ପ୍ରମିଳା ଯାହା ରୁଜ୍‌ଗାର କରୁଛନ୍‌ ସେଟା ପରିବାରର ପେଟ୍‌କେ ହେଲେ ଦିହିକେ ନାଇଁ। ଅଭାବ ଅନାଟନ ଲାଗି ଅନେକ ସମିଆରେ ସେ ଝି’ର ଉଷୋକଷା ବି ଘିନି ନାଇଁପାରୁଥିବାର କହିଛନ୍‌। ଇଆଡ଼େ ଚିକିଛା ଅଭାବୁ ଦିନୁଦିନ୍‌କେ ସୁନିଆର ଦିହିପା ବିଗିଡ଼ତେଲ ଯାଉଛେ। ଏହେଦେ ରୋଗ୍‌ ପରଭାବରେ ସୁନିଆର ହାତ୍‌ଗୋଡ଼, ପେଟ ଫୁଲିଯାଇଛେ। ସେ ସବୁବେଲେ ଖଟେ ପଡ଼ିରହିଛନ୍‌ ଆର ଛଟ୍‌ପଟ ହେଉଛନ୍‌। ଏନ୍‌ତାଥି ଉପେ ଶୂଇନ୍‌ ପ୍ରମିଳା ଝି’ର ଚିକିଛା ସାହାଯ୍‌ ଲାଗି ଗଣମାଧ୍ୟମ ଜରିଆରେ ଜିଲା ପରଶାସନକେ ଗୁହାରି କରିଛନ୍‌।

Share