Categories: ଖେଳ

ଦାଦାଙ୍କୁ ଅମୂଲ ପରିବାରର ଶୁଭେଚ୍ଛା

ନୂଆଦିଲ୍ଲୀ,୧୭।୧୦- ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନୂଆ ଅଧ୍ୟକ୍ଷ ହେବା ପରେ ପ୍ରଶଂସକ ଓ ସାଥୀ କ୍ରିକେଟରମାନେ ଶୁଭେଚ୍ଛା ଜଣାଉଛନ୍ତି। ଏହି ଧାରାରେ ଯୋଗଦେଇଛି ଅମୂଲ କମ୍ପାନୀ। ଏହି ବ୍ରାଣ୍ଡ ତା’ର ନିଜସ୍ବ କାର୍ଟୁନ ପୋଷ୍ଟର ପାଇଁ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଅମୂଲ କମ୍ପାନୀ ଦାଦା ଭାବେ ପରିଚିତ ଗାଙ୍ଗୁଲିଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ତା’ର ନୂଆ ପୋଷ୍ଟର ଜାରି କରିଛି। ଏଥିରେ ଦାଦା ଓ ଆଇକନିକ୍‌ ଅମୂଲ ଗର୍ଲଙ୍କୁ ସ୍ଥାନ ଦେଇଛି। ଆନିମେଟେଡ୍‌ ଫଟୋରେ ଗାଙ୍ଗୁଲି ଏକ ଚେୟାରରେ ବସିଥିବାବେଳେ ଅମୂଲ ଗର୍ଲ ତାଙ୍କୁ ବ୍ୟାଟ୍‌ ଦେଉଛନ୍ତି। ଏହାର କ୍ୟାପ୍‌ଶନରେ ‘ଦାଦା କହିଛନ୍ତି ମାନେ, କରିବାକୁ ପଡ଼ିବ’ ବୋଲି ଲେଖାଯାଇଛି। ଗାଙ୍ଗୁଲି ବିସିସିଆଇ ସଭାପତି ଭାବେ ୨୦୨୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଦାୟିତ୍ୱ ତୁଲାଇବେ। କାରଣ ବିସିସିଆଇର ନୂଆ ସମ୍ବିଧାନ ଅନୁଯାୟୀ, ଜଣେ କ୍ରିକେଟ ପ୍ରଶାସକ ୬ ବର୍ଷ ପାଇଁ ଲଗାତର ବିଭିନ୍ନ ଦାୟିତ୍ୱରେ ରହିପାରିବେ।

Share