Categories: ଜାତୀୟ

ଦାଦାଙ୍କ ମୃତଦେହକୁ ହିନ୍ଦୁ ରୀତିନୀତିରେ ସଂସ୍କାର କଲେ ୩ ମୁସଲମାନ ଭାଇ

ଅହମ୍ମଦାବାଦ,୧୬।୯: ଗୁଜରାଟ ଅମରେଲି ଜିଲା ସବରକୁଣ୍ଡଲା ସହରରେ ଦେଖିବାକୁ ମିଳିଛି ମାନବିକତାର ଏକ ଅନନ୍ୟ ଉଦାହରଣ। ଦେଶରେ ଯେତେବେଳେ ଧର୍ମ ନାଁରେ ଅପପ୍ରଚାର ଚାଲିଛି ସେତେବେଳେ ଏହା ଏକ ବଡ ଉଦାହରଣ ବୋଲି ଆଲୋଚନା ହେଉଛି। ଏଠାରେ ମୁସଲମାନ ପରିବାରରେ ୩ ଭାଇ ତାଙ୍କ ବାପାଙ୍କର ଜଣେ ବ୍ରାହ୍ମଣ ବନ୍ଧୁଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ସଂସ୍କାର କରିଛନ୍ତି। ସୂଚନାଯୋଗ୍ୟ, ମୃତ ବ୍ୟକ୍ତିଙ୍କ ନାଁ ହେଉଛି ଭାନୁଶଙ୍କର ପାଣ୍ଡ୍ୟା। ତାଙ୍କର ପରିବାର ବୋଲି କେହି ନ ଥିଲେ। ସେ ଦୀର୍ଘଦିନ ହେବ ମୁସଲମାନ ପରିବାରରେ ରହି ଆସୁଥିଲେ। ଆଉ ତାଙ୍କ ମୃତ୍ୟୁ ପରେ ଅବୁ, ନଜିର ଓ ଜୁବେର ନାମକ ୩ ଭାଇ ତାଙ୍କର ମୃତଦେହକୁ ହିନ୍ଦୁ ରୀତିନୀତିରେ ସଂସ୍କାର କରିଥିବା ପ୍ରକାଶ। କାରଣ ବାପାଙ୍କ ବନ୍ଧୁ ଭାବେ ଏହି ୩ ଭାଇ ତାଙ୍କୁ ଦାଦା ବୋଲି ସମ୍ବୋଧନ କରୁଥିଲେ।

Share