ଦାଦା ଆକ୍ରମଣରେ ପୁତୁରା ଗୁରୁତର

ରେମୁଣା, ୧୫ା୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଶେରଗଡ଼ ପଞ୍ଚାୟତ ଖନ୍ତାପଡା ଥାନା ଅଧୀନ ପଞ୍ଚଗଡ଼ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ପୂର୍ବାହ୍ନରେ ପାରିବାରିକ ଓ ଜମିବାଡ଼ି ବିବାଦରୁ ରାଜେନ୍ଦ୍ର କୁମାର ଦାସ ତାଙ୍କ ଦାଦା ରାମଚନ୍ଦ୍ରଙ୍କୁ ଏକ କଟୁରିରେ ହାଣି ଫେରାର ହୋଇଯାଉଥିବା ବେଳେ ଗ୍ରାମବାସୀ ଧରି ଖନ୍ତାପଡା ଥାନା ଓ ଶେରଗଡ଼ ଫାଣ୍ଡିକୁ ଜଣାଇଥିଲେ। ଥାନା ଓ ଫାଣ୍ଡି ଅଧିକାରୀ ପହଞ୍ଚି ରାଜେନ୍ଦ୍ରଙ୍କୁ ଗିରଫ କରିବା ସହ କଟୁରୀ ଜବତ କରିଛନ୍ତି। ରାମଚନ୍ଦ୍ରଙ୍କୁ ଗ୍ରାମବାସୀ ଉଦ୍ଧାର କରି ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାକୁ ପଠାଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି।