୨୦୧୪ର ଦାଦା ବଟୀ ମାମଲା: ଅଭିଯୁକ୍ତଙ୍କୁ ଦଣ୍ଡାଦେଶ

ଆସିକା,୨୦ା୮ (ଡି.ଏନ୍‌.ଏ.)- ୨୦୧୪ରେ ଘଟିଥିବା ଏକ ଦାଦାବଟୀ ମାମଲାର ବିଚାର କରି ମଙ୍ଗଳବାର ଆସିକାର ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସ୍ବର୍ଣ୍ଣପ୍ରଭା ସ୍ବାଇଁ ଅଭିଯୁକ୍ତଙ୍କୁ ଏକମାସ ସଶ୍ରମ କାରାଦଣ୍ଡ ସହ ୨ହଜାର ଟଙ୍କା ଜୋରିମାନା ଦଣ୍ଡ ଦେଇଛନ୍ତି। ସେ ହେଲେ ବାବୁଲା ପ୍ରଧାନ। ଜୋରିମାନା ଅନାଦେୟ ୪ ମାସ ସଶ୍ରମ କାରାଦଣ୍ଡ ଲାଗି ରାୟ ଶୁଣାଇଛନ୍ତି।

ପ୍ରକାଶ ଯେ, ୨୦୧୪ରେ ଆସିକାର ଆଇନଜୀବୀ ନାରାୟଣ ହୋତା ବାଇକ୍‌ରେ ଆସିକାରୁ ଧରାକୋଟ ଯାଉଥିଲା ବେଳେ ବାବୁଲା ଗୋଲାଦାମୋଦରପଲ୍ଲୀ ଗ୍ରାମରେ ତାଙ୍କୁ ଅଟକାଇ ୧୦ ହଜାର ଟଙ୍କା ଦେବା ଲାଗି ଦାବି କରିବା ସହ ଧମକଚମକ ଦେଇଥିଲେ। ହୋତା ଅଭିଯୋଗକୁ ଭିତ୍ତି କରି ଧରାକୋଟ ପୋଲିସ ନଂ. ୩୬୭/୧୪ରେ ଏକ ମାମଲା ରୁଜୁ କରିଥିଲା। ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କ ବିରୋଧରେ ଫର୍ଦ୍ଦ ପ୍ରସ୍ତୁତ ପରେ ବିଚାର ପାଇଁ ଆସିକା ସ୍ଥିତ ବିଚାର ବିଭାଗୀୟ ଅଦାଲତକୁ ପଠାଇଥିଲେ। ଏହି ମାମଲାରେ ସରକାରଙ୍କ ପକ୍ଷରୁ ଆଇନଜୀବୀ ଶରତ ଚନ୍ଦ୍ର ପାଢୀ ଓ ନାରାୟଣ ଜେନା ମାମଲା ଲଢୁଥିଲେ ା