ଦାଦା ସାହେବ ଫାଲ୍‌କେ ଆଓ୍ବାର୍ଡ: ହ୍ରିତିକ୍‌ ଶ୍ରେଷ୍ଠ ଅଭିନେତା

ମୁମ୍ବାଇ: ୨୦୨୦ ପାଇଁ ଦାଦା ସାହେବ ଫାଲ୍‌କେ ଆଓ୍ବାର୍ଡ ଉତ୍ସବ ମୁମ୍ବାଇରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଅଭିନେତ୍ରୀ ଅଭିନେତା ଅଂଶଗ୍ରହଣ କରିଥିଲେ। ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନ ଫିଲ୍ମ ‘ସୁପର -୩୦’ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଏହି ଫିଲ୍ମରେ ହ୍ରିତିକ୍‌ ବିହାରର ଜଣାଶୁଣା ଗଣିତଜ୍ଞ ଆନନ୍ଦ କୁମାରଙ୍କ ଭୂମିକାରେ ଅଭିନୟ କରିଥିଲେ। ଚରିତ୍ରଟି ଦଶର୍କଙ୍କ ମନକୁ ବେଶ୍‌ ଛୁଇଁଥିଲା। ତେବେ ଏହି ଫିଲ୍ମର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦିବ୍ୟାଙ୍କା ତ୍ରିପାଠୀ ପୁରସ୍କୃତ ହୋଇଛନ୍ତି। ଶ୍ରେଷ୍ଠ ଫିଲ୍ମ ଭାବେ ‘ସୁପର-୩୦’ ମଧ୍ୟ ପୁରସ୍କୃତ ହୋଇଛି। ସେହିପରି ଶ୍ରେଷ୍ଠ ରିୟାଲିଟି ଶୋ’ ଭାବେ ‘ବିଗ୍‌ବସ୍‌-୧୩’କୁ ପୁରସ୍କାର ପ୍ରଦାନ କରାଯାଇଛି। ମୋଷ୍ଟ ପ୍ରଫେଶନାଲ ‘ବିଗ୍‌ବସ୍‌ – ୧୩’ ପ୍ରତିଯୋଗୀ ଭାବେ ମାହିରା ଶର୍ମା, ଓ୍ବେବ୍‌ ସିରିଜ୍‌ର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦିୟା ମିର୍ଜା, ଶ୍ରେଷ୍ଠ ଆଙ୍କର ଭାବେ ମନୀଷ ପାଲ ପୁରସ୍କୃତ ହୋଇଛନ୍ତି।

Share