ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ ହେଲେ ବିଗ୍‌-ବି

ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଦାଦା ସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ସମ୍ମାନିତ କରିଛନ୍ତି। ଅମିତାଭ ୨୦୧୯ ବର୍ଷ ପାଇଁ ଭାରତୀୟ ସିନେମା ଜଗତର ଏହି ସମ୍ମାନଜନକ ପୁରସ୍କାର ହାସଲ କରିଛନ୍ତି। ପୁରସ୍କାର ପାଇବା ପରେ ସେ ଖୁସି ବ୍ୟକ୍ତ କରି ସେ କହିଛନ୍ତି, ପୁରସ୍କାର ପାଇଁ ମୋତେ ଯୋଗ୍ୟ ମଣିଥିବାରୁ ସରକାରଙ୍କୁ କୃତଜ୍ଞତା ଜଣାଉଛି। ଈଶ୍ୱରଙ୍କ କୃପା, ମାତାପିତାଙ୍କ ଆଶୀର୍ବାଦ ଏବଂ ଅଗଣିତ ଦର୍ଶକଙ୍କ ଭଲ ପାଇବା ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ଅମିତାଭ ନିଜ ପ୍ରତିକ୍ରିୟାରେ କହିଛନ୍ତି। ୧୯୬୯ର ‘ସାତ୍‌ ହିନ୍ଦୁସ୍ଥାନୀ’ରୁ ସିନେ ଜଗତରେ ପାଦ ଥାପିଥିଲେ ଅମିତାଭ। ଦୀର୍ଘ ୫୦ ବର୍ଷ ପରେ ଏବେ ୭୬ ବର୍ଷ ବୟସରେ ବି ସିନେମାରେ ଅମିତାଭ ଖୁବ୍‌ ସକ୍ରିୟ ଅଛନ୍ତି।

Share