ବେଳେ ବେଳେ ମିଠା ଖାଇଲେ ଅବା କୌଣସି ଖାଦ୍ୟ ପଦାର୍ଥ ଦାନ୍ତ ସନ୍ଧିରେ ରହିଗଲେ ଦରଜ ହୋଇଥାଏ। ଅନେକ ସମୟରେ ଏହାର ଯନ୍ତ୍ରଣା ସହି ନ ପାରି କେହି କେହି ପେନ୍କିଲର୍ ମଧ୍ୟ ଖାଇଥାଆନ୍ତି। ହେଲେ କିଛି ଘରୋଇ ଉପଚାର ମାଧ୍ୟମରେ ବା ଆୟୁର୍ବେଦ ଅନୁଯାୟୀ କିପରି ଏହା ଠିକ୍ ହୋଇପାରିବ ଜାଣିବା ସେ ସମ୍ପର୍କରେ…
-ଦାନ୍ତମୂଳ ଦରଜ ହେଲେ ଉଷୁମ ଲୁଣ ପାଣି ୨ରୁ ୩ଥର କୁଳିକଲେ ଏହା ଠିକ୍ ହୋଇଥାଏ। କାରଣ ଲୁଣ ହେଉଛି କୀଟାଣୁ ନାଶକ।
-ଲବଙ୍ଗ ହେଉଛି ଏକ ପ୍ରାକୃତିକ ଆଣ୍ଟିସେପ୍ଟିକ୍। ଦାନ୍ତ ଦରଜ ହୋଇଥିଲେ ଗୋଟିଏ ଲବଙ୍ଗକୁ ଦାନ୍ତରେ ଚିପିଧରି ଏହାର ରସ ଟାଣିଲେ ଆରାମ ମିଳିଥାଏ। ସେହିପରି ଦାନ୍ତ ବିନ୍ଧା ହେଉଥିଲେ ଲବଙ୍ଗର ତେଲ ଲଗାଇଲେ ଉପଶମ ମିଳିଥାଏ।
-ପିଜୁଳି ପତ୍ରରେ ରହିଛି କିଛି ଔଷଧୀୟ ଗୁଣ। ଦାନ୍ତ ଦରଜ ହେଉଥିଲେ ଅଥବା ବିନ୍ଧା ହେଉଥିଲେ ପିଜୁଳିର ଅକଁଳିଆ ପତ୍ର ଚୋବାଇଲେ ଆରାମ ମିଳିଥାଏ।