Advertisement

ଦାନ୍ତ ଖୁଣ୍ଟୁଖୁଣ୍ଟୁ ପେଟରେ ପହଞ୍ଚତ୍ଲା ୭ ସିଏମ୍‌ର ଛୁଞ୍ଚି : ବିନା ଅସ୍ତ୍ରୋପଚାରରେ ବାହାର କରାଗଲା

କଟକ ଅଫିସ, ୨୨।୫: ବିନା ଅସ୍ତ୍ରୋପଚାରରେ ଜଣେ ଯୁବକଙ୍କ ପେଟ ଭିତରୁ ବାହାର କରାଯାଇଛି ୭ସେଣ୍ଟିମିଟର ଲମ୍ବର ଏକ ଛୁଞ୍ଚି । ଏସ୍‌ସିବି ମେଡିକାଲର ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗରେ ଏହି ସଫଳ ଚିକିତ୍ସା କରାଯାଇଛି। ବିଭାଗୀୟ ଡାକ୍ତର କୈବଲ୍ୟ ରଞ୍ଜନ ଦାଶଙ୍କ ଏହି ଉଦ୍ୟମ ଏସ୍‌ସିବିକୁ ମଧ୍ୟ ଏକ ସଫଳତା ଦେଇଛି। ସୂଚନାଥାଉ କି, ବାଖରାବାଦ ବଜାର ଅଞ୍ଚଳର ଶ୍ୟାମ ଯୋଶୀ(୨୪) ନାମକ ଜଣେ ବ୍ୟକ୍ତି ନିଜ କଳଦାନ୍ତକୁ ଏକ ଛୁଞ୍ଚିରେ ଖୁଣ୍ଟୁଥିଲେ। ଛୁଞ୍ଚି ଦାନ୍ତ ଅତିକ୍ରମ କରି ତଣ୍ଟି ବାଟ ଦେଇ ପାକସ୍ତଳୀକୁ ଡେଇଁ ସିଧାସଳଖ ଅନ୍ତଃନଳୀରେ ପହଞ୍ଚତ୍ଥିଲା। ଏହା ପରେ ଶ୍ୟାମ ଏସ୍‌ସିବି ମେଡିକାଲକୁ ଆସିଥିଲେ। ମେଡିକାଲର ଗ୍ୟାଷ୍ଟ୍ରୋଏଣ୍ଟରୋଲୋଜି ବିଭାଗକୁ ଯିବା ପରେ ଡାକ୍ତର କୈବଲ୍ୟ ଶ୍ୟାମଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ପ୍ରଥମେ ଶ୍ୟାମଙ୍କର ଇଣ୍ଡୋସ୍କୋପିକ୍‌ କରାଯାଇଥିଲା। ମାତ୍ର ଇଣ୍ଡୋସ୍କୋପିକ୍‌ରେ ଛୁଞ୍ଚି ଦୃଶ୍ୟମାନ ହୋଇ ନ ଥିଲା। ଏହା ପରେ ଡାକ୍ତର କୈବଲ୍ୟ ପୁସ୍‌ ଏଣ୍ଟେରୋସ୍କୋପି ଚିକିତ୍ସା ପଦ୍ଧତି ପ୍ରୟୋଗ କରିଥିଲେ। ଏଥିରେ ସେ ସଫଳ ହୋଇଥିଲେ। ଶ୍ୟାମଙ୍କ ଅନ୍ତଃନଳୀରୁ ଛୁଞ୍ଚି କଢାଯାଇଥିଲା। ଏଥିପାଇଁ ଡାକ୍ତର କୈବଲ୍ୟଙ୍କୁ ୪୫ ମିନିଟ୍‌ ସମୟ ଲାଗିଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel