ଦାନ୍ତ ଘଷା : କିଛି କଥା

ଦାନ୍ତ ଘଷିବା ଆମର ଏକ ଅଭ୍ୟାସ। ହେଲେ ଏହା ପଛରେ ଏପରି କେତୋଟି କଥା ରହିଛି ଯାହା ଜାଣିବା ଆବଶ୍ୟକ।

ଦୁଇ ଥର-ସକାଳେ ଏବଂ ରାତ୍ରି ଭୋଜନ ପରେ ଦାନ୍ତ ଘଷନ୍ତୁ।
ଘଷିବା ପାଇଁ ଫ୍ଲୋରାଇ ଡେଟେଡ ଟୁଥ୍‌ପେଷ୍ଟ ବ୍ୟବହାର କରନ୍ତୁ।
ଦାନ୍ତଘଷିବା କାମ ସାରି ଦିଅନ୍ତୁ ନାହିଁ। ଅତିକମ୍‌ରେ ୨-୩ମିନିଟ୍‌ ପର୍ଯ୍ୟନ୍ତ ଦାନ୍ତ ଘଷନ୍ତୁ।
ଧୀରେ ଦାନ୍ତ ଘଷନ୍ତୁ। ଦାନ୍ତ ଉପରେ ଅଧିକ ଚାପ ଦେଇ ଦାନ୍ତ ଘଷନ୍ତୁ ନାହିଁ।
ଛଅ ମାସରେ ଥରେ ଅଭିଜ୍ଞ ଦନ୍ତ ଚିକିତ୍ସକଙ୍କ ନିକଟରେ ଆପଣଙ୍କ ଦାନ୍ତର ଅବସ୍ଥା କିପରି ଅଛି ପରୀକ୍ଷା କରାଇ ନିଅନ୍ତୁ।
ଜନିତ ସମସ୍ୟା ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଟୁଥ୍‌ପେଷ୍ଟ ବ୍ୟବହାର କରନ୍ତୁ।
ଘଷିବା ପରେ ଭଲ ଭାବରେ କୁଳି କରନ୍ତୁ। ଏହାଦ୍ୱାରା ଟୁଥ୍‌ପେଷ୍ଟ ଫେଣ ଦାନ୍ତ ସନ୍ଧିରୁ ବାହାରି ଯାଇଥାଏ।
ଖାଦ୍ୟ ଖାଇବା ପରେ ଏହାର ଅବଶିଷ୍ଟାଂଶ ଦାନ୍ତ ସନ୍ଧିରେ ରହିଯାଇଥାଏ। ତେଣୁ ଖାଇବା ପରେ ଏବଂ ଦାନ୍ତ ଘଷିବା ସମୟରେ ଏଥିପ୍ରତି ନଜର ଦିଅନ୍ତୁ।